ଶଙ୍ଖ ଫୁଙ୍କିଲେ ଲେଖାଶ୍ରୀ, ବିଜେପି ଛାଡି ବିଜେଡିରେ ମିଶିଲେ

ଭୁବନେଶ୍ୱର : ବିଜେପିକୁ ବାଏ ବାଏ କରିବା ପରେ ବିଜେଡିରେ ସାମିଲ ହେଲେ ଲେଖାଶ୍ରୀ ସାମନ୍ତସିଂହାର। କୌଣସି ପରିବର୍ତ୍ତନ କେବେ ସହଜ ନଥାଏ।ଆଗକୁ ବଢ଼ିବାକୁ ହେଲେ ପରିବର୍ତ୍ତନ ଦେଇ ଯିବାକୁ ହୁଏ।
ଏତେ ପରିଶ୍ରମ କଲା ପରେ ବି ବିଜେପି ନେତୃବୃନ୍ଦଙ୍କ ଆସ୍ଥା ଭାଜନ ହୋଇ ପାରିଲି ନାହିଁ। ସେଠି ମୋ କାମ ସରି ଯାଇଥିଲା। ତେଣୁ ବିକାଶର ସ୍ରୋତରେ ସାମିଲ ହେବା ଲାଗି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଯାତ୍ରାରେ ସାମିଲ ହେଲି। 5ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କୁ ଧନ୍ୟବାଦ ଦେବା ସହିତ ସଙ୍ଗଠନ ସମ୍ପାଦକଙ୍କୁ ଧନ୍ୟବାଦ ଦେଇଛନ୍ତି ଲେଖାଶ୍ରୀ। ମୋତେ ଦଳ ଯେଉଁ କାମ ଦେବ ତାକୁ ଖୁସିର ସହ କରିବି। ଓଡ଼ିଶା ବାସୀଙ୍କ ସେବା ବିଜେପିରେ ସମ୍ଭବ ନ ହେବାରୁ ବିଜେଡ଼ିରେ ଯୋଗ ଦେଲି ବୋଲି କହିଛନ୍ତି ଲେଖାଶ୍ରୀ।
ଲେଖାଶ୍ରୀ ବିଜେପି ଛାଡ଼ିବା ବିଜେପି ପାଇଁ ବଡ ଝଟକା।୧୦ ବର୍ଷ ଧରି ଭାଜପାର ଦାୟିତ୍ୱରେ ଥିଲେ ସେ । ନିଜର ଏକ ସଂଗଠକ ତିଆରି କରିଥିଲେ। ଏଥର ନିର୍ବାଚନ ଲଢ଼ିବା ପାଇଁ ଆଶାୟୀ ଥିଲେ ଲେଖାଶ୍ରୀ ସାମନ୍ତସିଂହାର। ସେ କନ୍ଧମାଳ ଲୋକସଭା ଆସନରୁ ଟିକେଟ୍ ଆଶାୟୀ ଥିଲେ। କିନ୍ତୁ ତାଙ୍କୁ ଟିକେଟ ମିଳି ନଥିଲା। ମାର୍ଚ୍ଚ ୩୦ ତାରିଖରେ ଦଳ କନ୍ଧମାଳ ଲୋକସଭା ଆସନ ପାଇଁ ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ନାଁ ଘୋଷଣା କରିଥିଲା। ଟିକେଟ୍ ନ ମିଳିବା ପରେ ଏକ ପ୍ରକାର ଉଭାନ ହୋଇଯାଇଥିଲେ ଲେଖାଶ୍ରୀ। ତାଙ୍କୁ ଦଳୀୟ କାର୍ଯ୍ୟାଳୟରେ ମଧ୍ୟ ଦେଖିବାକୁ ମିଳୁ ନଥିଲା।ଶେଷରେ ସେ ଦଳରୁ ଇସ୍ତଫା ଦେଇଛନ୍ତି। ଆଉ ଏବେ ବିଜେଡିରେ ସାମିଲ ହୋଇଛନ୍ତି।