thelifelinemedia
Latest Odisha News, Breaking News Today

ମାନଚିତ୍ରରେ ନାହିଁ ମାଛକୁଣ୍ଡ, ସରକାରଙ୍କୁ ଘେରିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର :ଓଡ଼ିଶାର ମାଛକୁଣ୍ଡ ନଦୀ ଗାଏବ। ରାଜସ୍ବ ମାନଚିତ୍ରରେ ନାହିଁ କୋରାପୁଟର ଜୀବନରେଖା ଓ ଅସ୍ମିତା ବହନ କରୁଥିବା ମାଛକୁଣ୍ଡ ନଦୀ।ଏହା ଓଡ଼ିଶାର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇଥିବାରୁ ମାଛକୁଣ୍ଡ ନଦୀର ଗୁରୁତ୍ୱ ଅଧିକ ଓ ବେଶ୍ ପ୍ରାସଙ୍ଗିକତା ରହି ଆସିଛି।ପଡୋଶୀ ରାଜ୍ୟ ତରଫରୁ ଓଡ଼ିଶାରେ ଅନୁପ୍ରବେଶ ଲାଗି ରହିଥିବାବେଳେ ଏପରି ଖବର ଓଡ଼ିଶାବାସୀଙ୍କୁ ମର୍ମାହତ କରିଛି ବୋଲି ରାଜ୍ୟ ସରକାରଙ୍କୁ ଘେରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ପୂର୍ବରୁ ମାଛକୁଣ୍ଡ ନଦୀର ଅନତି ଦୂରରେ ନିର୍ମିତ ‘ମାଛକୁଣ୍ଡ ଜଳ ବିଦ୍ୟୁତ୍‌ ପ୍ରକଳ୍ପ’କୁ ଓଡ଼ିଶା ସରକାର ଆନ୍ଧ୍ର ସରକାରଙ୍କ ହାତକୁ ଟେକି ଦେଇଥିବା ଖବର ଆସିଛି । ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପ୍ରକାଶିତ ଦଶମ ଶ୍ରେଣୀ ବହିରେ ମାଛକୁଣ୍ଡ ଜଳ ପ୍ରକଳ୍ପ ଆନ୍ଧ୍ରର ବୋଲି ଉଲ୍ଲେଖ କରାଯାଇଥିବା ଭଳି ପୂର୍ବରୁ ଏକ ସାଂଘାତିକ ତ୍ରୁଟି ଦେଖିବାକୁ ମିଳିଥିଲା. ଏହା କ’ଣ ଦୀର୍ଘ ୨୫ ବର୍ଷ ଶାସନର ରୂପାନ୍ତରଣ ? ସାଢେ ୪ କୋଟି ଓଡ଼ିଆଙ୍କ ପାଇଁ ଏହା ଅସ୍ମିତା ଓ ରାଜ୍ୟ ସ୍ୱାର୍ଥର ବିଷୟ ବୋଲି ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର।

ଭୌଗୋଳିକ ସ୍ଥାନ ଓ ସୀମାନ୍ତ ପ୍ରସଙ୍ଗ ଗୁଡିକର ସମ୍ବେଦନଶୀଳତାକୁ ଓଡ଼ିଶା ସରକାର ବୁଝି ନ ପାରିବା ଚିନ୍ତାଜନକ ବୋଲି ସାଧାରଣ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। ଗୋଟିଏ ପଟେ ଓଡିଶା ଓ ଆନ୍ଧ୍ର ମଧ୍ୟରେ ସୀମା ବିବାଦ ଲାଗିରଥିବା ବେଳେ ମାଛକୁଣ୍ଡ ନଦୀ ମାନଚିତ୍ରରେ ନ ରହିବା ଏ ଘଟଣାକୁ ଆହୁରି ଜଟିଳ କରିଦେଇଛି।

Leave A Reply

Your email address will not be published.