thelifelinemedia
Latest Odisha News, Breaking News Today

ଜଳୁଛି ଓଡିଶା: ଆକାଶରୁ ବର୍ଷୁଛି ନିଆଁ, 44 ଡିଗ୍ରୀ ଡେଇଁଲା ଭୁବନେଶ୍ୱର ତାପମାତ୍ରା

ଟାଇଁ ଟାଇଁ ଖରା। ଯେମିତି ଆକାଶରୁ ନିଆଁ ବର୍ଷୁଛି। ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟରେ ତାତି 44 ଡିଗ୍ରୀ ଛୁଇଁଛି। ସବୁଠି ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି। କଲବଲ କରୁଛି ତାତି । ଆଜି ପୁଣି ନିର୍ଘାତ ଖରା। ଦିନ ସାଢେ ୧୧ରୁ ଜଳିଲାଣି ରାଜଧାନୀ ଭୁବନେଶ୍ୱର। ପ୍ରବଳ ଖରା, ଗରମରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ । କେଉଁଝର, ଅନୁଗୁଳ, ବୌଦ୍ଧ, ନୟାଗଡ଼, ବଲାଙ୍ଗୀର, ମାଲକାନଗିରିକୁ ହିଟୱେଭ୍ ୱାର୍ଣ୍ଣିଂ ଜାରି ହୋଇଛି । 44 ଡିଗ୍ରୀ ସହ ଭୁବନେଶ୍ୱର ଏବେ ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର। କେନ୍ଦୁଝର ୩୯.୯, ବାଲେଶ୍ୱର ଓ ଝାରସୁଗୁଡା ୩୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ଆସନ୍ତାକାଲି ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଏପ୍ରିଲ ୬ ତାରିଖରୁ ରାଜ୍ୟରେ କାଳବୈଶାଖୀର ସମ୍ଭାବନା ରହିଥିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ତାପମାତ୍ରା ଦିନକୁ ଦିନ ବଢ଼ି ଚାଲିଛି। ସ୍କୁଲ ପିଲାଙ୍କୁ ଏଥିରୁ ସୁରକ୍ଷା ଦେବା ପାଇଁ ରାଜ୍ୟର ସବୁ ସ୍କୁଲରେ ଜଳ ବିରତି ଘଣ୍ଟି ବାଜିବା ନେଇ ସରକାର ନିର୍ଦ୍ଧେଶ ଦେଇଛନ୍ତି। ଖରାର ପ୍ରକୋପ ବଢ଼ି ଚାଲିଛି। ଏହାକୁ ଦୃଷ୍ଟିରେ ରଖି ସ୍କୁଲ ସମୟ ଭିତରେ 3ଥର ଏଇ ଘଣ୍ଟି ବାଜିବ।
ପାଣିପାଗ ବିଭାଗ କହିଛି ଆହୁରି ଦୁଇ ଦିନ ଏଭଳି ନିଆଁ ବର୍ଷିବ। ପାରଦ ଆହୁରି ବଢ଼ି ପାରେ ବୋଲି ପୂର୍ବ ଅନୁମାନ କରିଛି ପାଣିପାଗ ବିଭାଗ।

Leave A Reply

Your email address will not be published.