ମୁଖତାରକୁ ଦିଆ ଯାଇଥିଲା ବିଷ, ଅଭିଯୋଗ ଆଣିଲେ ପରିବାର ଲୋକ

ନୂଆଦିଲ୍ଲୀ :ମାଫିଆ ମୁଖତାର ଆନସାରୀକୁ ଜେଲରେ ବିଷ ଦିଆ ଯାଇଥିଲା। ଜେଲରେ ଆନସାରୀକୁ ବିଷ ଦେଇ ହତ୍ୟା କରାଯାଇଛି ବୋଲି ଗ୍ୟାଙ୍ଗଷ୍ଟାର ମୁଖତାରର ପରିବାର ଲୋକ ଅଭିଯୋଗ ଆଣିଛନ୍ତି। ଆନସାରୀ ପୁଅ କହିଛନ୍ତି ବାପାଙ୍କୁ ଖାଦ୍ୟରେ ବିଷ ଦିଆଯାଇଥିଲା। ରାତି ରେ ଡିନରରେ ମୁଖତାରଙ୍କୁ ବିଷ ଦିଆ ଯାଇଥିଲା। ଫଳରେ ତାଙ୍କର ମୃତ୍ୟୁ ହୋଇଛି ବୋଲି ଆନସାରୀଙ୍କ ପୁଅ କହିଛନ୍ତି।
2005 ମସିହାରୁ ପଞ୍ଜାବ ଓ ଉତ୍ତର ପ୍ରଦେଶ ଜେଲରେ ରହି ଆସୁଥିଲା ମୁଖତାର ଆନସାରୀ। ଅସୁସ୍ଥତା ହେତୁ ଗତକାଲି ରାତିରେ ତାକୁ ଉତ୍ତର ପ୍ରଦେଶ ବାନ୍ଦା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କାର୍ଡ଼ିଆକ ଆରେଷ୍ଟ ଯୋଗୁଁ ତାର ମୃତ୍ୟୁ ହୋଇଛି ବୋଲି ଡାକ୍ତର କହିଥିଲେ।ମୁଖାତାର ମୃତ୍ୟୁ ପରେ ବିଭିନ୍ନ ଜାଗାରେ 144 ଧାରା ଜାରି ରହିଛି। ଅଡୁଆ ପରିସ୍ଥିତି ଆଶଙ୍କାରେ ପୋଲିସ ମୁତୟନ କରାଯାଇଛି।
ମୁଖତାର ମୃତ୍ୟୁକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି.। ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଆଖିଲେଶ ଯାଦବ, ଆରଜେଡି ଲିଡର ତେଜସ୍ୱୀ ଯାଦବ, ଏଆଇଆଇଏମ ମୁଖ୍ୟ ଅସୁଦିନ ୱେବସି ଏହି ଘଟଣାକୁ ନେଇ ରାଜନୀତି ବୟାନ ବାଜି କରିଛନ୍ତି। ପରିବାର ଲୋକ ଯାହା ଅଭିଯୋଗ ଆଣିଛନ୍ତି ତାକୁ ନେଇ ତଦନ୍ତ ହେବା ଆବଶ୍ୟକ ବୋଲି କହିଛନ୍ତି।