ପଦ୍ମ ଧରିଲେ ଭର୍ତ୍ତୃହରି, ସିଦ୍ଧାନ୍ତ ଓ ଦମୟନ୍ତୀ

ଭୁବନେଶ୍ବର: ନିର୍ବାଚନ ଯେତିକି ପାଖଉଛି ନେତାଙ୍କ ଦଳ ଡିଆଁ ପର୍ବ ଜାରି ରହିଛି ।ଏହି କ୍ରମେର ବିଜେପିରେ ସାମିଲ ହେଲେ ହେଭିଓ୍ବେଟ୍ ନେତା । ଆଜି ପଦ୍ମ ଧରିଲେ କଟକ ସାଂସଦ ଭର୍ତ୍ତୁହରି ମହତାବ, ବିଜେଡିରୁ ୨ ଥର ସାଂସଦ ଥିବା ସିଦ୍ଧାନ୍ତ ମହାପାତ୍ର ଓ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା ।
ଆଜି ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ବିଧିବଦ୍ଧ ଭାବେ ଦଳରେ ମିଶିଲେ । ବିଜେପି ରାଷ୍ଟ୍ରୀୟଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଉପସ୍ଥିତିରେ ହେଲେ ସାମିଲ ।
୧୯୯୮ ମସିହାରୁ କଟକରୁ ସାଂସଦ ରହି ଆସିଛନ୍ତି ଭର୍ତ୍ତୃହରି । କଟକରୁ ଲଗାତାର ୬ ଥର ଜିତିଛନ୍ତି । ୧୯୯୮ ମସିହାରେ ପ୍ରଥମଥର କଟକ ଲୋକସଭାରୁ ଜିତିଥିଲେ । ପରେ ୧୯୯୯, ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ରେ ବିଜେଡି ଟିକେଟରେ ସାଂସଦ ହୋଇଛନ୍ତି । ସେହିପରି, ୨୦୧୭ ମସିହାରେ ସେ ଆଉଟ୍ଷ୍ଟାଣ୍ଡିଂ ପାର୍ଲାମେଣ୍ଟାରୀ ଆୱାର୍ଡ ଗ୍ରହଣ କରିଥିଲେ ଭର୍ତ୍ତୁହରି ।