ଶିବସେନାରେ ମିଶିଲେ ଗୋବିନ୍ଦା, 14 ବର୍ଷ ପରେ ରାଜନୀତିକୁ ଫେରିଲେ

ନୂଆଦିଲ୍ଲୀ :ଶିବସେନା ସିନ୍ଧେ ଗୋଷ୍ଠୀରେ ମିଶିଲେ ସିନେ ତାରକା ଗୋବିନ୍ଦା। 14 ବର୍ଷ ପରେ ରାଜନୀତିକୁ ଫେରିଲେ। 2004 ମସିହାରେ କଂଗ୍ରେସରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ଗୋବିନ୍ଦା। ଏଦୀର୍ଘ ବର୍ଷ ପରେ ପୁଣି ଥରେ ରାଜନୀତି କରିବାକୁ ମନ ବଳାଇଛନ୍ତି ଗୋବିନ୍ଦା। ଶିବସେନା ସିନ୍ଧେ ଗୋଷ୍ଠୀରେ ଵିଧି ବଦ୍ଧଭାବେ ସାମିଲ ହୋଇଛନ୍ତି।
ଶିବସେନାରେ ଗୋବିନ୍ଦା ଯୋଗଦାନ ଏନଡିଏକୁ ବଳ ଦେବା। କୁହାଯାଉଛି ଗୋବିନ୍ଦା ଉତ୍ତର ପଶ୍ଚିମ ମୁମ୍ବାଇ ଆସନରୁ ଲଢ଼ି ପାରନ୍ତି। ଶିବସେନା ଉଦ୍ଧବ ଗୋଷ୍ଠୀ ପ୍ରାର୍ଥୀ ଆମୋଳ କୀର୍ତ୍ତିକାରଙ୍କ ବିରୁଦ୍ଧରେ ସେ ଲଢ଼ି ପାରନ୍ତି।
2004ରେ କଂଗ୍ରେସରୁ ପ୍ରାର୍ଥୀ ହୋଇଥିଲେ ଗୋବିନ୍ଦା।ବିଜେପିର ପ୍ରାର୍ଥୀ ରାମ ନାଏକଙ୍କୁ ହରାଇ ଥିଲେ ଗୋବିନ୍ଦା।କିନ୍ତୁ 2009 ପରେ କଂଗ୍ରେସ ସହିତ ରାଜନୀତିକୁ ବାଏ ବାଏ କରିଥିଲେ ଗୋବିନ୍ଦା। 14 ବର୍ଷ ହେଲା ସେ ରାଜନୀତିରୁ ଦୁରେଇ ରହି ଥିଲେ। ଏବେ ପୁଣି ଥରେ ରାଜନୀତିର ସେକେଣ୍ଡ ଇଂନିଷ ଆରମ୍ଭ କରିଛନ୍ତି ଗୋବିନ୍ଦା।
ମହାରାଷ୍ଟ୍ରରେ 48 ଲୋକସଭା ଆସନ ପାଇଁ ନିର୍ବାଚନ ହେବ। 5 ଟି ପର୍ଯ୍ୟାୟରେ ହେବ ଭୋଟିଙ୍ଗ।