ବବି -ଧର୍ମେନ୍ଦ୍ର, ବିଗ ଫାଇଟ ଦେଖିବ ସମ୍ବଲପୁର

ଭୁବନେଶ୍ୱର :ସମ୍ବଲପୁରରେ ହେବ ଜବରଦସ୍ତ ଫାଇଟ। ସିଧା ସିଧା ବିଜେପି ଓ ବିଜେଡିର ଦୁଇ ଶୀର୍ଷ ନେତୃତ୍ୱଙ୍କ ମଧ୍ୟରେ ଲଢେଇ ହେବ। ରାଜ୍ୟ ବିଜେପିର ବଡ ଚେହେରା ଧର୍ମେନ୍ଦ୍ର ପ୍ରଧାନ। ସେହିପରି ବିଜେଡିର ଦ୍ୱିତୀୟ କ୍ଷମତା କେନ୍ଦ୍ର ଭାବେ ପରିଚିତ ପ୍ରଣବ ପ୍ରକାଶ ଦାସ। ଦୁହିଁଙ୍କ ମଧ୍ୟରେ କଡା ଫାଇଟ ଦେଖିବ ସମ୍ବଲପୁର। ଏହି ଆସନରୁ ଉଭୟଙ୍କ ପାଇଁ ସମାନର ପ୍ରଶ୍ନ ହେବ। ଯିଏ ଜିତିବ ସେ କ୍ଷମତାର ଶୀର୍ଷରେ ପହଂଚିବ। ଯିଏ ହାରିବ କ୍ଷମତା ତା ଠାରୁ ଦୁରେଇ ଯିବ।
ସମ୍ବଲପୁର ସଂସଦୀୟ କ୍ଷେତ୍ରରେ 7ଟି ବିଧାନସଭା ରହିଛି। 1998 ମସିହାରୁ ସମ୍ବଲପୁରରେ 6ଟି ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଛି। 4ଟିରେ ବିଜେଡି ଜିତିଥିବା ବେଳେ କଂଗ୍ରେସ ଓ ବିଜେପି ଥରେ
ଲେଖାଏଁ ଜିତିଛନ୍ତି। 1998ରୁ 2004 ମଧ୍ୟରେ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ 3ଥର ସାସଂଦ ହୋଇଥିବା ବେଳେ 2009ରେ କଂଗ୍ରେସ ନେତା ଅମରନାଥ ପ୍ରଧାନ, 2014ରେ ବିଜେଡି ନେତା ନଗେନ୍ଦ୍ର ପ୍ରଧାନ ଏବଂ 2019ରେ ବିଜେପି ନେତା ନୀତିଶ ଗଙ୍ଗଦେବ ଜିତିଥିଲେ। ଏବେ 2024 ନିର୍ବାଚନ କଡା ଲଢେଇ ହେବ। ବିଧାନସଭା ପ୍ରାର୍ଥୀଙ୍କ ବ୍ୟକ୍ତିତ୍ୱ ଓ ସଂଗଠନ ଉପରେ ବବି ଓ ଧର୍ମେନ୍ଦ୍ରଙ୍କ ଜୟ ଓ ପରାଜୟ ନିର୍ଭର କରୁଛି।