thelifelinemedia
Latest Odisha News, Breaking News Today

ପୁଅକୁ ସୁରଙ୍କ ଖୋଲା ସମର୍ଥନ, କଂଗ୍ରେସ ନେଇପାରେ ସୁରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର : ପୁଅ ବିଜେଡିରେ ବାପା କଂଗ୍ରେସରେ। ହେଲେ ପୁଅକୁ ଖୋଲା ସମର୍ଥନ କରିବେ ବାପା।କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ସାନ ପୁଅ ମନ୍ମଥ ରାଉତରାୟ ଗତକାଲି ବିଜେଡି ଦଳରେ ମିଶିଛନ୍ତି। ମନ୍ମଥ ବିଜେଡିରେ ମିଶିବା ପରେ ତାଙ୍କୁ ଦଳ ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଘୋଷଣା କରିଛି। ଏହାପରେ ରାଜନୀତିରେ ମହଲରେ ହଟଚମଟ ସୃଷ୍ଟି ହୋଇଛି। କାରଣ କଂଗ୍ରେସ ନେତା ସୁରେଶ ରାଉତରାୟ ଖୋଲାଖୋଲି ପୁଅକୁ ସମର୍ଥନ କରିବା ପାଇଁ ସମର୍ଥକଙ୍କୁ କହିଛନ୍ତି। ପୂର୍ବରୁ କହିଥିଲେ ପୁଅ ଯୋଉ ଦଳକୁ ଗଲେ ସମର୍ଥନ କରିବେ ନାହିଁ। ପ୍ରଚାର କରିବେନି କି ତାଙ୍କ ଭୋଟ ପୁଅକୁ ଦେବେନି। କିନ୍ତୁ ଏବେ ସୁରଙ୍କ ବୟାନ ବଦଳି ଯାଇଛି। ପୁଅକୁ ଖୋଲା ଖୋଲି ସମର୍ଥନ କରିବାକୁ ଘୋଷଣା କରିଛନ୍ତି।
ସୁରେଶ ରାଉତରାୟ ଦୀର୍ଘ ଦଶନ୍ଧି ଧାରୀ କଂଗ୍ରେସ ଦଳ ସହ ଅଛନ୍ତି। ଗୋଟିଏ ଥର ଜନତା ଦଳ ସହ 5 ଥର କଂଗ୍ରେସ ଦଳରୁ ବିଜୟୀ ହୋଇ ବିଧାୟକ ହୋଇଛନ୍ତି। ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଛନ୍ତି।ତେବେ ଜଣେ ବରିଷ୍ଠ କଂଗ୍ରେସ ନେତା ଅନ୍ୟ ଦଳରେ ମିଶିଥିବା ପୁଅ ପାଇଁ ସମର୍ଥକଙ୍କୁ ଭୋଟ ମାଗିବା ଠିକ ନୁହେଁ ବୋଲି ଅନେକ କଂଗ୍ରେସ ନେତା ଓ କର୍ମୀ କହୁଛନ୍ତି। ସେପଟେ ପୁଅ ବିଜେଡି ଦଳରେ ମିଶିବା ପରେ ସୁର ମଧ୍ୟ ମର୍ମାହତ ହୋଇ କଂଗ୍ରେସ ଦଳର ସମସ୍ତ କମିଟି ପଦପଦଵୀ ରୁ ଇସ୍ତାପ ଦେଇଥିବା ଚର୍ଚ୍ଚା ହେଉଛି। ଏବେ ସୁରଙ୍କ ଉପରେ କଂଗ୍ରେସ ଦଳ କଣ କାଯ୍ୟନୁଷ୍ଠାନ ନେଉଛି ତାହା ମଧ୍ୟ ଆଗକୁ ଜଣାପଡିବ।

Leave A Reply

Your email address will not be published.