thelifelinemedia
Latest Odisha News, Breaking News Today

କାଡା ଅଫିସରେ କୋଟି କୋଟି ହଡ଼ପ, ଲୁଟିଛନ୍ତି କନିଷ୍ଠ ଯନ୍ତ୍ରୀ

ଭଦ୍ରକ :କୋଟି କୋଟି ଟଙ୍କାର ଘୋଟଲା। ଚଳୁ ହେଉଛି ପୁଳା ପୁଳା ଟଙ୍କା। ଭଦ୍ରକ ଜିଲ୍ଲାର କାଡା ଅଫିସରେ ଟଙ୍କା ହଡ଼ପର ଗୁମର ଫିଟିଛି। ଏଇ କଳା କାରନାମାର ମୁଖ୍ୟ କାର୍ପଟଦାର ଆଉ କେହି ନୁହନ୍ତି ଖୋଦ କାଡା ଡିଭିଜନର କନିଷ୍ଠ ଯନ୍ତ୍ରୀଙ୍କ ଇଙ୍ଗିତରେ ଚାଲିଛି ଏଇ ବେଆଇନ କାମ। କନିଷ୍ଠଯନ୍ତ୍ରୀ ବିଜୟ ମହାନ୍ତି କୋଟି କୋଟି ଟଙ୍କା ହଡପ କରିଛନ୍ତି। ଏଥିରେ ତାଙ୍କୁ ସାଥ ଦେଇଛନ୍ତି ତାଙ୍କ ଠିକାଦାର ଶଳା। ଉଭୟ ଶଳା ଭିଣେଇ ଲୁଟିଛନ୍ତି କୋଟି କୋଟି ଟଙ୍କା। ମିଳିମିଶି ସବୁ ଚଳୁ କରି ଦେଇଛନ୍ତି। କାହାକୁ ଏମାନଙ୍କ ଭୟ ନାହିଁ। ନୀତି ନିୟମକୁ ବେଖାତିର କରି ବେଆଇନ ଟଙ୍କାର ପାହାଡ଼ ଉପରେ ବସିଥିବା କନିଷ୍ଠ ଯନ୍ତ୍ରୀ ବିଜୟ ମହାନ୍ତି ଏ କଳା କାରନାମା ପଦାକୁ ଆସିଛି। ବିଲେଇ ଲୁଚି ଲୁଚି କ୍ଷୀର ପିଇଲା ଭଳି ସର୍ବସ୍ବ ଲୁଟି ନେଇଛନ୍ତି କନିଷ୍ଠ ଯନ୍ତ୍ରୀ ବିଜୟ ମହାନ୍ତି। ଠିକଦାର ଶଳାକୁ ମାଧ୍ୟମ କରି କୋଟି କୋଟି ଟଙ୍କା ଚଳୁ କରିଛନ୍ତି ମହାନ୍ତି ବାବୁ।

କନିଷ୍ଠ ଯନ୍ତ୍ରୀଙ୍କ କଳା କାରନାମା ସାମ୍ନାକୁ ଆସିବା ପରେ ଭଦ୍ରକ ଜିଲ୍ଲାରେ ହଇଚଇ ସୃଷ୍ଟି ହୋଇଛି। କେମିତି କନିଷ୍ଠ ଯନ୍ତ୍ରୀ ଏଭଳି କଳା କାରନାମା କରିଛନ୍ତି। କେବେ ଠାରୁ ଏଭଳି କାମରେ ସମ୍ପୃକ୍ତ ଅଛନ୍ତି। ଟଙ୍କା ହଡପରେ ଶାଳକଙ୍କ ଭାଗିଦାରୀ କେତେ। କେଉଁ କେଉଁ ମାଧ୍ୟମରେ କେତେ ଟଙ୍କା ପକେଟରେ ପୁରେଇ ଛନ୍ତି ଶଳା ଭିଣେଇ। ଏ ସବୁର ଖୁଲାସା କରିବ ଲାଇଫ ଲାଇନ ମିଡ଼ିଆ। କନିଷ୍ଠ ଯନ୍ତ୍ରୀଙ୍କ ଅସଲ ମୁଖା ଲୋକ ଲୋଚନକୁ ଆଣିବ ଖୋଲିବ ଲାଇଫ ଲାଇନ ମିଡ଼ିଆ। କନିଷ୍ଠ ଯନ୍ତ୍ରୀଙ୍କ ବେଆଇନ ଚିଠାର ମହା ଖୁଲାସା କରିବ ଲାଇଫ ଲାଇନ ମିଡ଼ିଆ।

Leave A Reply

Your email address will not be published.