thelifelinemedia
Latest Odisha News, Breaking News Today

ପୁଣି ତେଜିଲା ଟିକେଟ ଲବି, ମେଣ୍ଟ ସସ୍ପେନ୍ସ ହଟିବା ପରେ ମାଳ ମାଳ ଆଶାୟୀ

ଭୁବନେଶ୍ୱର: ଓଡ଼ିଶାରେ ମେଣ୍ଟ ହେବନି। ଉଭୟ ବିଜେପି ଓ ବିଜେଡି ସ୍ପଷ୍ଟ କରି ସାରିଛନ୍ତି। ବିଗତ କିଛି ଦିନ ଧରି ମେଣ୍ଟକୁ ନେଇ ଭୁବନେଶ୍ୱରରୁ ଦିଲ୍ଲୀ ପର୍ଯ୍ୟନ୍ତ ଚର୍ଚ୍ଚା ଜୋର ଧରିଥିଲା। ମେଣ୍ଟ ଚର୍ଚ୍ଚାକୁ ନେଇ ଟିକେଟ ଆଶାୟୀ ପ୍ରାର୍ଥୀଙ୍କ ମନରେ ଭାଳେଣି ପଡିଥିଲା। ମେଣ୍ଟ ହେଲେ ଟିକେଟ ମିଳିବ କି ନାହିଁ ଦ୍ବନ୍ଦରେ ଥିଲେ। ଭାବୁଥିଲେ ବର୍ଷ ବର୍ଷ ଧରି ଟିକେଟ ଖଣ୍ଡିଏ ପାଇଁ କରିଥିବା ପରିଶ୍ରମ ବୃଥା ହେବ। ହେଲେ ଏବେ ଆଶ୍ୱସ୍ତ ହୋଇଛନ୍ତି ଆଶାୟୀ ପ୍ରାର୍ଥୀ। ମେଣ୍ଟ ହେବନି ତେଣୁ ସେମାନଙ୍କୁ ଟିକେଟ ମିଳିପାରେ ବୋଲି ଆଶା ରଖିଛନ୍ତି ଆଶାୟୀ ପ୍ରାର୍ଥୀ। ଏବେ ପୁଣି ଥରେ ଶୀର୍ଷ ନେତୃତ୍ୱଙ୍କ ପାଖରେ ଲବି ଆରମ୍ଭ କରିଦେଲେଣି।

ନିଦ ହଜେଇ ଦେଇଥିଲା ମେଣ୍ଟ ଚର୍ଚ୍ଚ। ମେଣ୍ଟ ହେଲେ ବିଧାନସଭା ଓ ଲୋକସଭାରେ ଉଭୟ ବିଜେପି ଓ ବିଜେଡି ଦଳରୁ ବଛା ବଛା ନେତାଙ୍କ ପାଳି ପଡିଥାନ୍ତା। ହେଲେ ଏବେ ମାଳ ମାଳ ପ୍ରାର୍ଥୀ ମୈଦାନକୁ ଓଲ୍ହାଇବେ। ତେଣୁ ସୁଯୋଗ ହାତ ଛଡା କରିବାକୁ ଚାହୁଁ ନାହାନ୍ତି ବିଜେଡି ଓ ବିଜେପିର ଆଶାୟୀ ପ୍ରାର୍ଥୀ। ଟିକେଟ ପାଇଁ ଲବି ଆରମ୍ଭ ହେଲାଣି। ଓଡିଶାରେ ମେ 13ରେ ପ୍ରଥମ ପର୍ଯ୍ୟାୟ ଭୋଟିଙ୍ଗ ହେବ। ହାତରେ ସମୟ ଅଛି। ତେଣୁ ଶୀର୍ଷ ନେତୃତ୍ୱଙ୍କୁ ଟିକେଟ ଦେବା ପାଇଁ ସଲା ସୁତୁରା ଆରମ୍ଭ କରିଦେଲେଣି ଆଶାୟୀ ପ୍ରାର୍ଥୀ ମାନେ। ଯଦିଓ ୟା ଭିତରେ ବିଜେପି ଓ ବିଜେଡି ପ୍ରାର୍ଥୀ ଚିହ୍ନଟ କରି ସାଟିଲେଣି ତଥାପି ସମୟ ଅଛି ପାର୍ଥି ତାଲିକାରେ ଏପଟ ସେପଟ କରିବା ପାଇଁ। ତେଣୁ ଯେଉଁ ପ୍ରାର୍ଥୀ ମାନେ ମେଣ୍ଟ ହେଲେ ଟିକେଟ ପାଇବେନି ବୋଲି ଭାବୁଥିଲେ ସେମାନେ ଏବେ ପୁଣି ଥରେ ଟିକେଟ ଲବି କଲେଣି। ବର୍ଷ ଯାକ କଣ କଣ କରିଛନ୍ତି, ଲୋକଙ୍କ ପାଖରେ ଗ୍ରହଣୀୟତା କେତେ, ନିଜର କେମିତି ସଂଗଠନ ଅଛି ଏଇ ସବୁ ମାପକାଠିକୁ ନେଇ ଟିକେଟ ଲବି କଲେଣି ଆଶାୟୀ ପ୍ରାର୍ଥୀ।

Leave A Reply

Your email address will not be published.