thelifelinemedia
Latest Odisha News, Breaking News Today

କଂଗ୍ରେସର ଗ୍ୟାରେଣ୍ଟି କାର୍ଡ, ସରକାରକୁ ଆସିଲେ ଓଡିଶାବାସୀଙ୍କୁ ମିଳିବ ଏଇ ସୁବିଧା

ଭୁବନେଶ୍ୱର :ସରକାରକୁ ଆସିଲେ ରାଜ୍ୟ କଂଗ୍ରେସ ଓଡିଶାବାସୀଙ୍କୁ ଏଇ ସୁବିଧା ଦେବ। ସଶକ୍ତ ଓଡିଶା ଗଠନ କରିବ କଂଗ୍ରେସ। ନିର୍ବାଚନ ପାଇଁ କଂଗ୍ରେସ ଦେଇଛି ଗ୍ୟାରେଣ୍ଟି କାର୍ଡ। ଗ୍ୟାରେଣ୍ଟି କାର୍ଡକୁ ନେଇ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ହୋଇଛି। ପ୍ରଦେଶ କଂଗ୍ରେସ ପକ୍ଷରୁ ମୁଖ୍ୟତଃ ୫ ଟି ଯୋଜନା ମାଧ୍ୟମରେ ଅନେକ ଗ୍ୟାରେଣ୍ଟି ଓଡ଼ିଶାବାସୀଙ୍କ ପାଇଁ ଦିଆ ଯାଇଛି। ଦଳ କ୍ଷମତାକୁ ଆସିଲେ ଏହି ଗ୍ୟାରେଣ୍ଟି ଲାଗୁ କରାଯିବ। ଆସନ୍ତୁ ଦେଖିବା କଂଗ୍ରେସର ଗ୍ୟାରେଣ୍ଟି କାର୍ଡରେ କଣ ରହିଛି।
ଗୃହ ଜ୍ୟୋତି ଯୋଜନା
ପ୍ରତ୍ୟେକ ଉପଭୋକ୍ତାଙ୍କ ପାଇଁ ୨୦୦ ୟୁନିଟ୍ ବିଦ୍ୟୁତ୍ ଦେୟ ଛାଡ଼ କରାଯିବ।
ଯୁବ ବିକାଶ ଯୋଜନା
୧- ୫ ଲକ୍ଷ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ବ୍ୟବସ୍ଥା କରାଯିବ।
୨- ମାସରେ ବେକାରୀ ଭତ୍ତା 3000 ହଜାର ଟଙ୍କା ମିଳିବ।

କୃଷକ ବନ୍ଧୁ ଯୋଜନା
୧- ଚାଷୀଙ୍କୁ ବୋନସ୍ ସହ ଧାନ ସହାୟକ ମୂଲ୍ୟ କୁଇଣ୍ଟାଲ ପ୍ରତି ୩୦୦୦ ଟଙ୍କା କରାଯିବ।
୨- କୃଷି ଋଣ ଛାଡ କରାଯିବ।
୩- କୃଷକ ପାଇଁ ମାସିକ ପେନସନ ୨୦୦୦ ମିଳିବ।

ଗୃହଲକ୍ଷ୍ମୀ ଯୋଜନା
୧- ସମସ୍ତ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ବ୍ୟାଙ୍କ ଋଣ ଛାଡ଼ କରାଯିବ।
୨- ପ୍ରତ୍ୟେକ ଘରର ମୁଖ୍ୟ (ମହିଳା)ଙ୍କୁ ୨୦୦୦ ଟଙ୍କା ଭତ୍ତା ଓ ଦଳିତ ମହିଳାଙ୍କୁ ୩୦୦୦ ଟଙ୍କା ଭତ୍ତା ମିଳିବ।
୩- ପ୍ରତି ପରିବାରକୁ ମାସକୁ ୫୦୦ ଟଙ୍କାରେ ସିଲିଣ୍ଡର ମିଳିବ।

ଜନ କଲ୍ୟାଣ ଯୋଜନା
୧- ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟବିମା ମାଧ୍ୟମରେ ମାଗଣା ଚିକିତ୍ସା ବ୍ୟବସ୍ଥା କରାଯିବ।
୨- ବାର୍ଦ୍ଧ୍ୟକ ଭତ୍ତା, ବିଧବା ଭତ୍ତା ଓ ଦିବ୍ୟାଙ୍ଗ ଭତ୍ତା ମାସିକ ୨୦୦୦ ଟଙ୍କା ମିଳିବ।
୩- ଚିଟଫଣ୍ଡ ଜମାକାରୀ ମାନଙ୍କୁ ୬ ମାସରେ ଟଙ୍କା ଫେରସ୍ତ ମିଳିବ।
୪- ଶିକ୍ଷାନୁଷ୍ଠାନ ଓ ଚାକିରି କ୍ଷେତ୍ରରେ ପଛୁଆ ବର୍ଗଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ମିଳିବ।
୫- ଆଦିବାସି ମାନଙ୍କୁ ଜମି ଉପରେ ସଂପୂର୍ଣ୍ଣ ଅଧିକାର।
୬- ୧୦୦ ଦିନ ମଧ୍ୟରେ ପେସା ଆଇନ କଡ଼ାକଡ଼ି କରାଯିବ।

ଓଡିଶାକୁ ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ଦେବା ପାଇଁ ଉଭୟ ବିଜେଡି ଓ ବିଜେପିର ସମନ୍ୱୟରେ ସଂଯୁକ୍ତ ଇସ୍ତାହାର ମଧ୍ଯ ଥିଲା ତାହାକୁ ମଧ୍ଯ କେନ୍ଦ୍ର ସରକାର ଶୁଣିଲେ ନାହିଁ। ତେଣୁ ଏଠାରେ ୨୪ ବର୍ଷର ବିଜେଡି ସରକାର ଓ ୯ ବର୍ଷର ବିଜେଡି ଓ ବିଜେପି ମିଳିତ ସରକାର ଏଠାରେ କେବଳ ମିଥ୍ୟା ପ୍ରତିଶୃତି ଦେଇ ଜାଣନ୍ତି। ଏଠାରେ ଲୋକଙ୍କ ପାଇଁ କଂଗ୍ରେସ ହିଁ ଏକମାତ୍ର ବିକଳ୍ପ ବୋଲି ରାଜ୍ୟ କଂଗ୍ରେସ କହିଛି।

Leave A Reply

Your email address will not be published.