ମାର୍ଚ୍ଚ ଶେଷକୁ ୪୦ ଟପିବ, ତାତିରେ ଛଟପଟ ହେବ ଓଡ଼ିଶା

ଭୁବନେଶ୍ୱର: ମାର୍ଚ୍ଚ ଶେଷ ସପ୍ତାହ ବେଳକୁ ଜଳିବ ଓଡିଶା । ରାଜ୍ୟର ବିଭିନ୍ନ ଜାଗାରେ ପା ୪୦ ଡିଗ୍ରୀ ଛୁଇଁପାରେ। ଅଧାରୁ ଅଧା ଓଡ଼ିଶା ତତଲା କଡ଼େଇରେ ଭାଜି ହେବ।ଖାସ କରି ପଶ୍ଚିମ ଓଡ଼ିଶାରେ ଏହାର ପ୍ରଭାଵ ଅଧିକ ରହିବ।ବୌଦ୍ଧ, ସୋନପୁର ବଲାଙ୍ଗୀର, ଝାରସୁଗୁଡା, ଟିଟିଲାଗଡ଼ ଆଦି ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲା ମାନଙ୍କରେ ପରଦା 40 ଡିଗ୍ରୀ ଛୁଇଁପାରେ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ। ଖାଲି ପଶ୍ଚିମ ଓଡ଼ିଶା ନୁହେଁ, ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ମଧ୍ୟ ଅଧିକ ତାତି ଅନୁଭୂତ ହେବ। ଆସନ୍ତା କାଲିଠୁ ୨୪ ତାରିଖ ପର୍ଯ୍ୟନ୍ତ ପାଗ ସ୍ୱାଭାବିକ ସହିତ ଶୁଖିଲା ରହିବ l ୮ରୁ ୧୦ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ର ବଢିବ। ରାତି ତାପମାତ୍ରାରେ ପରିବର୍ତ୍ତନ ହେବ।
ଆଜି ବାଲେଶ୍ୱର ମୟୁରଭଞ୍ଜ ବାଲେଶ୍ୱର ଭଦ୍ରକ ଯାଜପୁର ଜିଲ୍ଲାର ଗୋଟେ କିମ୍ୱା ଦୁଇଟି ସ୍ଥାନରେ ସ୍ୱପଳା ରୁ ହାଲୁକା ବର୍ଷା ହୋଇଛି । ଆଉ କିଛି ଜିଲ୍ଲାରେ ମେଘୁଆପାଗ ରହିଥିଲା।
ତେବେ ୨୫ ତାରିଖରେ ପଶ୍ଚିମ ଝଡ଼ ପ୍ରଭାବରେ ସୁନ୍ଦରଗଡ଼ ମୟୁରଭଞ୍ଜ ବାଲେଶ୍ୱର ଯାଜପୁର ଜିଲ୍ଲାର ଗୋଟେ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେଇପାରେ ବୋଲି ସୂଚନା ମିଳିଛି।୨୬ ଓ ୨୭ ତାରିଖରେ ପାଗ ଶୁଖିଲା ରହିବ। ମାର୍ଚ୍ଚ ଶେଷ ବେଳକୁ ଅଧିକ ଖରା ହେବ। ସବୁ ଜାଗାରେ ତାତି ଅନୁଭୂତ ହେବ।
ତିନି ଦିନ ହେଲା ବର୍ଷା ଫଳରେ ଭୁବନେଶ୍ୱର, ପୁରୀ କଟକ ବିଭିନ୍ନ ସ୍ଥାନରେ ମାର୍ଚ୍ଚ ମାସରେ ସବୁଠୁ କମ ତାପମାତ୍ରା ରେକର୍ଡ ହୋଇଥିଲା। ସ୍ୱାଭବିକ ଠାରୁ ୧୫ ରୁ ୧୭ ଡିଗ୍ରୀ କମ ରହିଥିଲା l ଏବେ କିନ୍ତୁ ତାତି ବଢିବ। ଓଡିଶାର ଭିନ୍ନ ଭିନ୍ନ ଜାଗାରେ ତାପମାତ୍ରା ବଢିବ ବୋଲି ପାଣିପାଗ ବିଭାଗ କହିଛି।