thelifelinemedia
Latest Odisha News, Breaking News Today

ପୁରୀରୁ ଅରୂପ, ପିନାକୀଙ୍କ ଜାଗାରେ ଅରୁପ ପଟ୍ଟାୟନକଙ୍କୁ ଟିକେଟ ଦେଇପାରେ ବିଜେଡ଼ି

ଭୁବନେଶ୍ବର :ଶ୍ରୀକ୍ଷେତ୍ରରୁ ଟିକେଟ କସରତ ଆରମ୍ଭ କରିଛି ବିଜେଡ଼ି। ପୁରୀ ସଂସଦୀୟ କ୍ଷେତ୍ରକୁ ନେଇ ଚାଲିଛି ଘମାସାନ ବିଚାର ବିମର୍ଷ। ପିନାକୀ ମିଶ୍ରଙ୍କୁ ନେଇ ଏଥର ଦଳ ଆଗକୁ ନ ବଢ଼ି ପାରେ। ଚର୍ଚ୍ଚା ହେଉଛି ଏଥର ପୁରୀରୁ ଅରୂପ ପଟ୍ଟନାୟକଙ୍କ ଟିକେଟ ଦେଇପାରେ। ଯଦିଓ ଏ ନେଇ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିନି କିନ୍ତୁ ଚର୍ଚ୍ଚା ହେଉଛି ଏଥର ପୁରୀ ଲୋକସଭା ଆସନ ପାଇଁ ବିଜେଡ଼ି ପ୍ରାର୍ଥୀ ହୋଇପାରନ୍ତି ଅରୁପ ପଟ୍ଟନାୟକ । ଦଳ ଆଜିଠୁ ପ୍ରଚାର ପ୍ରକ୍ରିୟା ମଧ୍ୟ ଆରମ୍ଭ କରିଛି ।

ମହାପ୍ରଭୁଙ୍କ ଆଶୀର୍ବାଦ ଓ ଭୋଟରଙ୍କ ସହଯୋଗରେ ପୁରୀ ଲୋକସଭା କ୍ଷେତ୍ରରେ ବିଜେଡି ବେଶ୍ ଭଲ ପ୍ରଦର୍ଶନ କରିବ ବୋଲି ଦଳର ନେତା ମାନେ ଆଶା ପ୍ରକାଶ କରିଛନ୍ତି ।ବିଜେଡିର ସମ୍ଭାବ୍ୟ ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ ଓ ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜେଡି ବିଧାୟକ ପୁରୀ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି ।

ସାଧାରଣ ନିର୍ବାଚନ ପାଇଁ ବିଗୁଲ ବାଜିବା ପରେ ଆରମ୍ଭ ହୋଇଛି କ୍ଷେତ୍ର ପ୍ରସ୍ତୁତି ଓ ସମର ସଜ୍ଜା। ପ୍ରଥମେ ନବୀନ ନିବାସରେ ଶଙ୍ଖ କ୍ଷେତ୍ର ବା ଶ୍ରୀକ୍ଷେତ୍ର ପାଇଁ ବିଜେଡି ଟିକେଟ କସରତ ଆରମ୍ଭ ହୋଇଥିଲା।ଏହାପରେ ଶଙ୍ଖ ଭବନରେ ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଜେଡି ବିଧାୟକଙ୍କୁ ନେଇ ବୈଠକ ପରେ ଦୁଇ ଦିନ ତଳେ ପୁରୀରେ ସତ୍ୟବାଦୀ ଓ ବ୍ରହ୍ମଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ ନେତାଙ୍କୁ ନେଇ ବୈଠକ ହୋଇଥିଲା ।ଏହି ବୈଠକରେ ମଧ୍ୟ ପୁରୀ ଲୋକସଭା କ୍ଷେତ୍ର ପାଇଁ ସମ୍ଭାବ୍ୟ ପ୍ରାର୍ଥୀ ଅରୂପ ପଟ୍ଟନାୟକ ଯୋଗଦେଇଥିଲେ।

ଅରୂପ ପ୍ରାର୍ଥି ହେଲେ ସମସ୍ତେ ପରିଶ୍ରମ କରି ତାଙ୍କୁ ଜିତାଇବୁ ବୋଲି ବିଜେଡ଼ି ନେତା କହିଛନ୍ତି। ପୁରୀ ସଦର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ସମ୍ଭାବ୍ୟ ବିଜେଡି ବିଧାୟକ ପ୍ରାର୍ଥୀ ତଥା ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତିଙ୍କ ପୁଅ ସୁନୀଲ ମହାନ୍ତି କହିଛନ୍ତି ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀରେ ଆମେ ସମସ୍ତ ଆସନ ଜିତିବା ପାଇଁ ଚେଷ୍ଟା କରିବୁ ।ବିଜେଡି ଯେଭଳି ଭଲ ପ୍ରଦର୍ଶନ କରିବ ସେ ନେଇ ମହାପ୍ରଭୁଙ୍କ ଆଶୀର୍ବାଦ ନେଇଛୁ।ଜନତା ଜନାର୍ଦ୍ଦନ ହିଁ ଯୋଗ୍ୟ ପ୍ରାର୍ଥୀ ବାଛିବେ ବୋଲି ସମସ୍ତେ କହିଛନ୍ତି ।

ଆଗାମୀ ନିର୍ବାଚନରେ ଦଳ ସଂସଦୀୟ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିବା ଲକ୍ଷ ନେଇ ଏକତ୍ରିତ ହୋଇଛନ୍ତି ପୁରୀ ବିଜେଡ଼ି ନେତା । ଅରୂପ ପୂର୍ବରୁ ୨୦୧୯ ମସିହାରେ ଭୁବନେଶ୍ବର ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ ଭାବେ ସାମ୍ନାକୁ ଆସିଥିଲେ। କିନ୍ତୁ ପରାଜୟ ପରେ ତାଙ୍କୁ ମୋ ପରିବାରର ଅଧ୍ୟକ୍ଷ ଦାୟିତ୍ୱ ମିଳିଥିଲା। ସେବେଠାରୁ ସେ ସକ୍ରିୟ ଭାବେ ରହି କାମ କରୁଛନ୍ତି। ଏବେ ତାଙ୍କୁ ଦଳ ପୁରୀ ଲୋକସଭା ଆସନରୁ ପ୍ରୋଜେକ୍ଟ କରିବା ପାଇଁ ରଣନୀତି କରିଛି।

Leave A Reply

Your email address will not be published.