thelifelinemedia
Latest Odisha News, Breaking News Today

ଗିରଫ ହେଲେ କେଜ୍ରିୱାଲ, ବାସଭବନରୁ ଗିରଫ କଲା ଇଡି

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗିରଫ ହୋଇଛନ୍ତି। ୨ଘଣ୍ଟାର ମାରାଥନ୍ ଜେରା ପରେ ତାଙ୍କ ବାସଭବନରୁ ତାଙ୍କୁ ଗିରଫ କରାଯାଇଛି। ଆଶଙ୍କା ଥିଲା ତାଙ୍କୁ ଗିରଫ କରାଯାଇପାରେ। ଏବେ ଆଶଙ୍କା ସତ ହୋଇଛି। ପୂର୍ବରୁ ବହୁ ଥର ଇଡି ସମନକୁ ପ୍ରତ୍ୟାଖାନ କରି ଆସୁଥିଲେ କେଜ୍ରିୱାଲ। ଏବେ କିନ୍ତୁ ଇଡି ତାଙ୍କୁ ଗିରଫ କରିଛି।

ଅରବିନ୍ଦ କେଜରିୱାଲଙ୍କ ବାସଭବନରେ ବର୍ତ୍ତମାନ ଶକ୍ତି ପ୍ରଦର୍ଶନ କରୁଛି ଆପ। ଇଡିର କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ହଂଗାମା କରୁଛି ଆମ୍ ଆଦମୀ ପାର୍ଟି। ଆପ ନେତା ଏହାକୁ ବିଜେପିର ଷଡ଼ଯନ୍ତ୍ର ବୋଲି କହିଛନ୍ତି। ଜାଣିଶୁଣି ମୋଦି ସରକାର ଇଡିକୁ ବ୍ୟବହାର କରି ଆପକୁ ଦୁର୍ବଳ କରିବାକୁ ବସିଛି। ପୂର୍ବରୁ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଆପର ଅନେକ ନେତା ଗିରଫ ହୋଇଛନ୍ତି । ସତ୍ୟନ୍ଦ୍ର ଜୈନ, ମନୀଷ ସିଶୋଦିଆଙ୍କ ଭଳି ନେତା ଜେଲରେ ଅଛନ୍ତି। ଏବେ ଅରବିନ୍ଦ କେଜ୍ରିୱାଲ ଗିରଫ ହୋଇଛନ୍ତି।

ନିର୍ବାଚନ ପୂର୍ବରୁ ଇଡି ଯେପରି ତାଙ୍କୁ ଗିରଫ ନକରେ ତାହା ଉପରେ ରୋକ ଲଗାଇବା ପାଇଁ ଦିଲ୍ଲୀ ହାଇକୋର୍ଟରେ କେଜ୍ରିଓ୍ୱାଲ ଆବେଦନ କରିଥିଲେ। ଏହି ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଥିଲେ। ହାଇକୋର୍ଟରେ କେଜ୍ରିୱାଲଙ୍କ ଓକିଲ ଅଭିଷେକ ମନୁ ସିଙ୍ଘବୀ କହିଥିଲେ କି ଲୋକସଭା ନିର୍ବାଚନ ପରେ ତାଙ୍କୁ ଗିରଫ କରାଯାଉ । ଅତି କମ୍‌ରେ ତାଙ୍କୁ ନିର୍ବାଚନ ଲଢିବାକୁ ଦିଆଯାଉ । କିନ୍ତୁ ତାଙ୍କ ଯାଚିକାକୁ ଖାରଜ କରିଥିଲେ ମାନ୍ୟବର ହାଇକୋର୍ଟ ।

ଅବକାରୀ ଦୁର୍ନୀତି ସହ ଜଡ଼ିତ ମାମଲାରେ ଇଡି ଟିମ୍ ସର୍ଚ୍ଚ ଓ୍ବାରେଣ୍ଟ୍ ସହ କେଜ୍ରିୱାଲଙ୍କ ବାସଭବନରେ ପଚରା ଉଚୁରା କରୁଥିଲା। ଦୁଇ ଘଣ୍ଟାର ଜେରା ପରେ ଇଡିର ଅଧିକାରୀମାନେ କେଜ୍ରିୱାଲଙ୍କୁ ଗିରଫ କରିଛନ୍ତି। ଗିରଫ ପରେ ତାଙ୍କୁ ଇଡି ତା’ର ମୁଖ୍ୟାଳୟକୁ ନିଆ ଯାଇଛି। ଗିରଫ ପୂର୍ବରୁ ଇଡି ଅରବିନ୍ଦ କେଜ୍ରିୱାଲଙ୍କ ମୋବାଇଲ ଫୋନ ଜବତ କରିଥିଲା । ଇଡି କହିଛି କି, ଜେରା ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଯାଂଚ ଟିମକୁ ସହଯୋଗ କରି ନଥିଲେ । ଯାହା ପରେ ଇଡି ତାଙ୍କୁ ଗିରଫ କରି ହେପାଜତକୁ ନେଇଛି।
ସେପଟେ ବାଚସ୍ପତି କହିଛନ୍ତି କେଜ୍ରିୱାଲ ଇସ୍ତଫା ଦେବେନି। ସେ ମୁଖ୍ୟମନ୍ତ୍ରୀ ଥିଲେ, ରହିବେ, ଆଉ ଆଗକୁ ହେବେ ମଧ୍ୟ। ଜେଲରୁ ଥାଇ ସେ ମୁଖ୍ୟମନ୍ତ୍ରୀ ଦାୟିତ୍ଵ ତୁଲାଇବେ।

Leave A Reply

Your email address will not be published.