thelifelinemedia
Latest Odisha News, Breaking News Today

ହାତ ଛାଡ଼ି ଶଙ୍ଖ ଫୁଙ୍କିଲେ ଅଧିରାଜ, ଖଡ଼ିଆଲରେ ବଢିଲା ବିଜେଡ଼ିର ଶକ୍ତି

ଭୁବନେଶ୍ବର: ହାତ ଛାଡ଼ି ଶଙ୍ଖ ଫୁଙ୍କିଲେ ଖଡ଼ିଆଲ ବିଧାୟକ ଅଧୀରାଜ ପାଣିଗ୍ରାହୀ। ବିଜେଡି ଦଳରେ ବିଧିବଦ୍ଧ ଭାବରେ ଯୋଗ ଦେଇଛନ୍ତି ଖଡ଼ିଆଲ ବିଧାୟକ ଅଧୀରାଜ । ଶଙ୍ଖ ଭବନରେ ସାଂସଦ ମାନସ ମଙ୍ଗରାଜ, ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ମହିଳା ବିଜେଡି ସଭାପତି ସ୍ନେହାଙ୍ଗିନି ଛୁରିଆଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି । ବିଜେଡ଼ି ହାତ ମୁଠାକୁ ଟାଣ କରିବା ପାଇଁ ଦଳରେ ଯୋଗ ଦେଇଛନ୍ତି ବୋଲି ଅଧିରାଜ୍ କହିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ 5ଟି ଅଧକ୍ଷ ଭି. କେ ପାଣ୍ଡିଆନ ଧନ୍ୟବାଦ ମଧ୍ୟ ଦେଇଛନ୍ତି ବିଧାୟକ ଅଧୀରାଜ । ବିକଶିତ ଓଡିଶା ଏବଂ ନୂଆ ଓଡିଶା ସଂକଳ୍ପ ଯାତ୍ରାରେ ତାଙ୍କୁ ସାମିଲ କରିଥିବାରୁ ସେ ବିଜେଡି ସଭାପତିଙ୍କ କୃତଜ୍ଞତା ଜଣାଇଛନ୍ତି। ଖାଡ଼ିଆଲର ସମସ୍ତ କାର୍ଯ୍ୟକର୍ତ୍ତାଙ୍କ
ସହ ବାରମ୍ବାର ଆଲୋଚନା ପରେ ସମସ୍ତଙ୍କ ନିଷ୍ପତି କ୍ରମରେ ଆମେ ବିଜେଡି ଦଳରେ ସାମିଲ ହୋଇଛୁ ବୋଲି ଅଧିରାଜ କହିଛନ୍ତି।

ଅଧିରାଜ କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ କଥା କମ କାମ ଅଧିକ ବାର୍ତ୍ତା ସବୁବେଳେ ମୋତେ ପ୍ରଭାବିତ କରିଛି। ସେଥିପାଇଁ ବିଜେଡ଼ିରେ ମୁଁ ଯୋଗ ଦେଲି।ବିଜୁ ବାବୁ ଯେଉଁ ସ୍ବପ୍ନ ଦେଖିଥିଲେ ତାଙ୍କୁ ମୁଖ୍ୟମନ୍ତ୍ରୀ ପୂରଣ କରୁଛନ୍ତି । 2019ରେ ମୋତେ ସାଧାରଣ ଜନତା ନିର୍ବାଚିତ କରାଇଥିଲେ । ଖଡିଆଲ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଯେତେବେଳେ ଯାହା ମାଗିଛି ତାହା ଠାରୁ ଅଧିକ ମିଳିଛି । ବିଜେଡି ଦଳ ମୋତେ ଯାହା ଦାୟିତ୍ୱ ଦେବେ ତାହା ମୁଁ ସୁଚାରୁ ରୂପରେ ତୁଲାଇବି । ବିଧାୟକ ଅଧୀରାଜଙ୍କ ସହ ଆଜି 3 ବ୍ଲକ ଚେୟାର ମ୍ୟାନ ଏବଂ 74 ଜଣ ସରପଞ୍ଚ ଏବଂ ସମିତି ସଭ୍ୟ ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି ।

Leave A Reply

Your email address will not be published.