ମୋଦି ନବୀନ ନେବେ ମେଣ୍ଟ ନିଷ୍ପତ୍ତି, ପାଣ୍ଡିଆନ ଦେଲେ ସଙ୍କେତ

ଭୁବନେଶ୍ବର: ମୋଦି ଜିତିବା ପାଇଁ ନବୀନଙ୍କ ଆବଶ୍ୟକତା ନାହିଁ କି ନବୀନଙ୍କ ବିଜୟ ପାଇଁ ମୋଦିଙ୍କ ଆବଶ୍ୟକ ନାହିଁ। ଉଭୟ ଏପରି ସ୍ଥିତିରେ ଅଛନ୍ତି କେହି କାହାରି ସହଯୋଗ ବିନା ନିର୍ବାଚନ ଜିତି ପାରିବେ। ଦୁଇ ନେତା ମୋଦି ଓ ନବୀନ ରାଷ୍ଟ୍ରନୀତିଜ୍ଞ । ରାଷ୍ଟ୍ର ହିତ ପାଇଁ ସେମାନେ କାମ କରୁଛନ୍ତି। ମେଣ୍ଟକୁ ନେଇ ଚର୍ଚ୍ଚା ଚାଲିଛି।ଯଦି ଦୁଇ ନେତା ମେଣ୍ଟ ନେଇ କିଛି ନିଷ୍ପତ୍ତି ନିଅନ୍ତି ତା ହେଲେ ତାକୁ ରାଜନୀତି କୁହାଯିବନି। ବିଜେଡ଼ି ଓ ବିଜେପି ମେଣ୍ଟ ଭିତରେ ନିର୍ବାଚନୀ ମୂଲ୍ୟବୋଧ ନ ଥାଏ। ରାଜନୀତିରୁ ଉର୍ଦ୍ଧ୍ବକୁ ଯାଇ ମେଣ୍ଟ କଥା ବିଚାର କରି ପାରନ୍ତି ଦୁଇ ନେତା। ଜାତୀୟ ଗଣମାଧ୍ୟମରେ ଭାଗ ନେଇ କିଛି ଏହିଭଳି କଥା କହିଛନ୍ତି ବିଜେଡ଼ି ନେତା କାର୍ତ୍ତିକ ପଣ୍ଡିଆନ। ଓଡିଶା ରାଜନୀତିରେ ମେଣ୍ଟ ଚର୍ଚ୍ଚାକୁ ନେଇ ପ୍ରଶ୍ନରେ ଏଭଳି ଉତ୍ତର ରଖିଛନ୍ତି ସେ। ରାଜନୀତି ଗଣିତରେ ଦର୍ଶନ ଶାସ୍ତ୍ର କଥା କହିଛନ୍ତି ପାଣ୍ଡିଆନ ।
ସିଧା କଥା ନ କହି ସମ୍ଭାବ୍ୟ ମେଣ୍ଟ ପ୍ରସଂଗରେ ଅନେକ କଥା କହିଛନ୍ତି କାର୍ତ୍ତିକ ପାଣ୍ଡିଆନ। ମେଣ୍ଟ କଥାକୁ ସେ ଅସ୍ବୀକାର କରି ନାହାନ୍ତି। ଅର୍ଥାତ ମେଣ୍ଟକୁ ନେଇ ଲାଗି ରହିଥିବା ଚର୍ଚ୍ଚା ଭିତରେ ପାଣ୍ଡିଆନ କେଉଁଆଡେ ସଙ୍କେତ ଦେଉଛନ୍ତି ତାହା ଵୁଝା ପଡ଼ି ଯାଉଛି। ଦୁଇ ଶୀର୍ଷ ନେତା କଣ ଭାବୁଛନ୍ତି ବା ଆଗକୁ କଣ ନିଷ୍ପତ୍ତି ନେଉଛନ୍ତି ତାହା ସମସ୍ତେ ଅଳ୍ପ ଦିନ ଭିତରେ ଜାଣି ପାରିବେ ବୋଲି କାର୍ତ୍ତିକ ପଣ୍ଡିଆନ କହିଛନ୍ତି