thelifelinemedia
Latest Odisha News, Breaking News Today

ନବୀନଙ୍କ ଚିଠିକୁ କଂଗ୍ରେସର କଟାକ୍ଷ, ଓଡ଼ିଶାବାସୀଙ୍କୁ ଚିଠି ଲେଖି ଭୂଆଁ ବୁଲାଉଛି ବିଜେଡ଼ି

ଭୁବନେଶ୍ୱର: ନବୀନଙ୍କ ଓଡ଼ିଶାବାସୀଙ୍କୁ ଚିଠିକୁ ନେଇ ବର୍ଷିଛି ରାଜ୍ୟ କଂଗ୍ରେସ। ନିକଟରେ ଓଡ଼ିଶାବାସୀଙ୍କୁ ଚିଠି ଲେଖିଥିଲେ ନବୀନ ପଟ୍ଟନାୟକ। ଯାହାକୁ ନେଇ ତୀବ୍ର ବିରୋଧ କରିଛି କଂଗ୍ରେସ। ୨୪ ବର୍ଷ ହେଲା ଓଡ଼ିଶାବାସୀଙ୍କୁ ଠକିଛନ୍ତି ନବୀନ। ବିଜେଡ଼ି ଓ ବିଜେପି ମିଶିକି ଅଛନ୍ତି। ପୂର୍ବରୁ ଉଭୟ ଦଳ ଅଘୋଷିତ ମେଣ୍ଟରେ ଥିଲେ ଏବେ କିନ୍ତୁ ଖୋଲା ଖୋଲି ମେଣ୍ଟ ନେଇ ଉଭୟ ଦଳ ତୟାର୍ ହେଉଛନ୍ତି।ବିଜେଡ଼ି ଯୋଗୁ ଆଜି ଓଡିଶା ଅବହେଳିତ ହୋଇ ରହିଛି।

ରାଜ୍ୟ ଦରିଦ୍ର ହେଇଯାଉଛି, ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, ନାରୀ ନିର୍ଯାତନା ବଢ଼ି ଚାଲିଛି। ବାହାର ରାଜ୍ୟରୁ ଆସି ଲୋକ ଓଡିଶାର ଆମ ଶ୍ରମିକ ଭାଇଙ୍କ କାମ ଛଡ଼ାଇ ନେଉଛନ୍ତି। ଆମ ଓଡ଼ିଆ କାମ ପାଉ ନାହାଁନ୍ତି। ଖଣିଜ ସମ୍ପଦ ଲୁଟ୍ କରିବା ଉଭୟ ଙ୍କ ଲକ୍ଷ୍ୟ । ୯୦୦ କୋଟି ନିର୍ବାଚନୀ ବଣ୍ଡ ଆକାରରେ ବିଜେଡ଼ିକୁ ଚାନ୍ଦା ମିଳିଛି। କିଏ ଦେଇଛି, କେମିତି ଆସୁଛି ଚାନ୍ଦା। ଆଉ ଏମିତି ସ୍ଥିତି ରେ ମୁଖ୍ୟମନ୍ତ୍ରୀ ଆହୁରି ୧୦ ବର୍ଷ ପାଇଁ ଲୋକଙ୍କୁ ଚିଠି ମାଧ୍ୟମରେ ନିବେଦନ କରୁଛନ୍ତି। କିନ୍ତୁ ଲୋକେ ଏ ଚିଠି କୁ ବିଶ୍ୱାସ କୁ ନେବେ ନାହିଁ। ବାଲଟ ବକ୍ସ ରେ ଜବାବ୍ ଦେବେ ଲୋକେ। ଏଭଳି କିଛି କଥା କହି ବିଜେଡ଼ିକୁ ଟାର୍ଗେଟ କରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ।

କଂଗ୍ରେସ ନିର୍ବାଚନକୁ ନେଇ ସିରିଅସ ଅଛି। ଟିକେଟ କସରତ ଏବେ ଚାଲିଛି। ବହୁ ବଡ ନେତା ଆମ ଯୋଗାଯୋଗରେ ଅଛନ୍ତି। ବିଜେଡ଼ି ଓ ବିଜେପିକୁ ମେଣ୍ଟ ସୁନିଶ୍ଚିତ। କିନ୍ତୁ ଆମେ ମେଣ୍ଟ କୁ ଅପେକ୍ଷା କରି ନାହୁଁ। କଂଗ୍ରେସ ର ଟିକେଟ ଘୋଷଣା ବିଳମ୍ବ ସହ ମେଣ୍ଟ ର ସମ୍ପର୍କ ନାହିଁ। ସବୁ ବୁଥରୁ ୨-୩ ଜଣ ଙ୍କ ନାଁ ଆସିଲାଣି। ତାକୁ ତର୍ଜମା କରି ଚୂଡ଼ାନ୍ତ କରାଯିବ। କଂଗ୍ରେସ ଶାସିତ ରାଜ୍ୟ ର ମୁଖ୍ୟମନ୍ତ୍ରୀ ମାନେ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ବହୁ କେନ୍ଦ୍ରୀୟ ନେତା ବି ଓଡ଼ିଶା ଆସିବେ ବୋଲି ଶରତ ପଟ୍ଟନାୟକ କହିଛନ୍ତି। ରାଜ୍ୟ କଂଗ୍ରେସ ଏଥର ନିର୍ବାଚନକୁ ଗୁରୁତ୍ଵର ସହ ହେଇଛି। ପୁରୁଣା ନେତା ଯେଉଁମାନେ କଂଗ୍ରେସ ଛାଡିଥିଲେ ସେମାନେ ଏବେ କଂଗେସରେ ମିଶି ସାରିଛନ୍ତି। ଦଳ ଦିନକୁ ଦିନ ଅଧିକ ଶକ୍ତିଶାଳୀ ହେଉଛି। ଆଗକୁ ନିର୍ବାଚନରେ ଦଳ ଭଲ କରିବ ବୋଲି ନେତା କର୍ମୀ ଆଶାବାଦୀ ଅଛନ୍ତି। ୯ରୁ ୯୦ମିଶନ ପାଇଁ କଂଗ୍ରେସ ନିର୍ବାଚନ ମଇଦାନରେ ବଳ କଷି ଚାଲିଛି।

Leave A Reply

Your email address will not be published.