ଭିଜୁଛି ଓଡିଶା, କାଳ ବୈଶାଖୀ ପ୍ରଭାବରେ ତୁହା କୁ ତୁହା ବର୍ଷା

ଭୁବନେଶ୍ଵର : କାଳ ବୈଶାଖୀ ପ୍ରଭାବରେ ସାରା ରାଜ୍ୟରେ ବର୍ଷା। ପବନ ସାଙ୍ଗକୁ କିଛି ଅଞ୍ଚଳରେ ବର୍ଷା ଜାରି ରହିଛି । ଖରା ତାତିରୁ ବ୍ରେକ ମିଳିଛି ଏବେ ପାଗ ମେଘୁଆ ରହିଛି। ବର୍ଷା ଦିନ ଭଳି ଅବିଶ୍ରାନ୍ତ ବର୍ଷା। କଟକ ଭୁବନେଶ୍ବରରେ ବର୍ଷା ଜାରି ରହିଛି ଅନୁଗୁଳ,ଢେଙ୍କାନାଳ,କେନ୍ଦୁଝର,ମୟୂରଭଞ୍ଜ,ବାଲେଶ୍ବର,ଭଦ୍ରକ,ଯାଜପୁର,କେନ୍ଦ୍ରାପଡ଼ା ଓ ପୁରୀରେ ରାତିରେ ଝିପିଝିପି ବର୍ଷା ସହ ୪୦ ରୁ ୫୦ କିମି ବେଗରେ ପବନ ମଧ୍ୟ ହୋଇଛି। ଏମିତିକି କୁଆ ପଥର ପାଇଁ ମଧ୍ୟ ଓଡ଼ିଶାକୁ ଆଲର୍ଟରେ ରଖା ଯାଇଛି।
୧୨ ଜିଲ୍ଲା କୁ ଅରେଞ୍ଜେ ୱାର୍ଣି ଜାରି କରିଛି ପାଣିପାଗ ବିଭାଗ । ବଙ୍ଗୋପସାଗର ରେ ଗୁରୁଚାପ ବଳୟ ସକ୍ରିୟ ରହିଛି ତାର ପ୍ରଭାବରେ ରାଜ୍ୟରେ କାଳ ବୈଶାଖୀ ଦେଖାଦେଇଛି । ଆସନ୍ତା ୨ ଦିନ ପର୍ଯ୍ୟନ୍ତ ପାଗ ଏଇ ଭଳି ଲାଗିରହିବ । ବର୍ଷା, ଘଡଘଡି ଓ କୁଆପଥର ନେଇ କୃଷକ ମାନଙ୍କୁ ସତର୍କ ସୂଚନା ଜାରି କରିଛି କରିଚି ପାଣିପାଗ ବିଭାଗ । ବିଗତ ୨୪ ଘଂଟାରେ ଉତ୍ତର ଓଡ଼ିଶାର ବିଭିନ ସ୍ଥାନରେ ବିସ୍ତୃତ ଭାବେ ବର୍ଷା ଅନୁଭୂତ ହୋଇଛି | ଯାଜପୁର ସହରରେ ୬୦ ମି ମି ବର୍ଷା ରେକର୍ଡ କରାଯାଇଛି ତା ସହ ଗଂଜାମ , ଗଜପତି , ନୟାଗଡ ଏସବୁ ଜିଲ୍ଲାରେ ବର୍ଷାର ପ୍ରକୋପ ଅଧିକ ରହିଛି | ଆଭ୍ୟନ୍ତରୀଣ ଓଡ଼ିଶାର ବରଗଡ଼ , ସମ୍ବଲପୁର ଓ ଦେଓଗଡ ରେ ମଧ୍ୟ ଲଗାଣ ବର୍ଷା ଜାରି ରହିଛି | ପୁରା ରାଜ୍ୟରେ ମେଘୁଆ ପାଗ ରହିଛି | ବାୟୁମଣ୍ଡଳରେ ଯେଉଁ ମଧ୍ୟ ଓ ନିମ୍ନ ଚାପରେଖା ରହିଛି ତା ସହ ଗୁରୁଚପ ବଳୟ ପ୍ରଭାବରେ ଜଳୀୟପୂର୍ଣ୍ଣ ବାୟୁ ପରସ୍ପର ସଂସ୍ପର୍ଶରେ ଆସି ପ୍ରତିକ୍ରିୟାଶୀଳ ହୋଇ ଏଭଳି ପାଗ ସୃଷ୍ଟି କରୁଛନ୍ତି | ଭାରି ବର୍ଷା ପାଇଁ ଯାଜପୁର , କଟକ , ନୟାଗଡ , ବୌଦ୍ଧ ଓ କନ୍ଧମାଳ ଏହି ଜିଲ୍ଲା ଗୁଡିକରେ ଭାରି ବର୍ଷା ପାଇଁ ଚେତାବନୀ ଜାରି କରାଯାଇଛି | କୁଆପଥର ବର୍ଷା ପାଇଁ ବୌଦ୍ଧ , କଳାହାଣ୍ଡି , ବଲାଙ୍ଗୀର , କନ୍ଧମାଳ , ସୋନପୁର , ଅନୁଗୁଳ ଓ ଢେଙ୍କାନାଳ କୁ ୱାରେଞ୍ଜ ଆଲର୍ଟ ଜାରି କରାଯଇଛି | ଅବଶିଷ୍ଟ ୧୮ ଜିଲ୍ଲାକୁ ମଧ୍ୟ ବର୍ଷା ପାଇଁ ଚେତାବନୀ ଦିଆଯାଇଛି | ଏହି ବର୍ଷାର ପ୍ରଭାବ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ମଧ୍ୟ ଜାରି ରହିବ | ବିଶେଷ କରି ଉପକୂଳ ଓଡ଼ିଶାରେ ଲାଗି ରହିବ | ପାର୍ଶ୍ଵବର୍ତ୍ତୀ ଜିଲ୍ଲା ଦକ୍ଷିଣ ଓଡ଼ିଶାରେ ମଧ୍ୟ ହାଲୁକରୁ ମାଧ୍ୟମ ଧାରଣା ବର୍ଷା ଅନୁଭୂତ ହେବ | ବର୍ଷା ଓ କୁଆପଥର ବର୍ଷା ପ୍ରଭାବରେ ଚାଷ ମଧ୍ୟ ବିଶେଷ ଭବେ ପ୍ରଭାବିତ ହେବାର ସଂଭାବନା ରହିଛି ତେଣୁ ଏହାକୁ ନେଇ ମଧ୍ୟ ଚାଷୀ ଭାଇ ମାନଙ୍କୁ ଚେତାବନୀ ଦିଆଯାଇଛି |