thelifelinemedia
Latest Odisha News, Breaking News Today

ବିଜେଡିରେ ଯୋଗ ଦେଲେ ବାପି ସର୍ଖେଲଙ୍କ ପତ୍ନୀ ମୋନିଦୀପା ସର୍ଖେଲ

ବିଜେଡିରେ ଯୋଗ ଦେଇଛନ୍ତି ପାରାଦୀପ ଏରସମା ଶିଳ୍ପାଞ୍ଚଳ ବିକାଶ ପରିଷଦର କାର୍ଯ୍ୟକାରୀ ସଭାପତି ବାପି ସର୍ଖେଲଙ୍କ ପତ୍ନୀ ମୋନିଦୀପା ସର୍ଖେଲ । ହଜାର ହଜାର ସମର୍ଥକଙ୍କ ସହ ଆସି ବିଜେଡିରେ ଯୋଗ ଦେଇଛନ୍ତି ମୋନିଦୀପା । ସେ ବର୍ତ୍ତମାନ ପାରାଦ୍ୱୀପ-ଏରସମା ଶିଳ୍ପାଞ୍ଚଳ ବିକାଶ ପରିଷଦର କାର୍ଯ୍ୟକାରୀ ସଭାପତି ଅଛନ୍ତି । ତାଙ୍କ ସମର୍ଥନରେ ଜିତିଥିବା ସାତ ସ୍ୱାଧୀନ କାଉନସିଲର ବି ବିଜେଡିରେ ଯୋଗ ଦେଇଛନ୍ତି । ସେମାନେ ହେଲେ ଛବିଲତା ରାଉତ, ଜୟନ୍ତୀ ମାଦେଲି, ସ୍ବପନାରାଣୀ ଜେନା, ବନିତା ରାଉତ, ଶୁକ୍ରମଣି ନାଗ, ସୌଦାମିନୀ ରାଉତ , ରୁନିବାଳା ପରିଡା, ଜଗନା ରାଓ କାମଲା ।  ସେମାନଙ୍କୁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଏବଂ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ  ସ୍ୱାଗତ କରିଛନ୍ତି ସାଂସଦ ମାନସ ମଙ୍ଗରାଜ ।

ନବୀନ ପଟ୍ଟନାୟକଙ୍କ ବିକାଶ ଧାରାରେ ଅନୁପ୍ରାଣୀତ ହୋଇ ବିଜେଡିରେ ସାମିଲ ହେବାକୁ ସେମାନେ ଆବେଦନ କରିଥିଲେ । ମୁଖ୍ୟମନ୍ତ୍ରୀ କାହାକୁ ଅଣଦେଖା କରନ୍ତି ନାହିଁ । ସେ କାମରେ ବିଶ୍ୱାସ କରନ୍ତି । କର୍ମୀମାନେ ଲଢୁଆ ସୈନିକ ଭାବେ କାମ କରିବେ ।

Leave A Reply

Your email address will not be published.