thelifelinemedia
Latest Odisha News, Breaking News Today

ଭୋଟର କାର୍ଡ ନାହିଁ, କରିବେ କଣ.. କେମିତି ଦେବେ ଭୋଟ

ନୂଆଦିଲ୍ଲୀ: ଭୋଟର କାର୍ଡ ନାହିଁ। କେଉଁଠି ରଖି ଦେଇଛନ୍ତି ପାଉ ନାହାନ୍ତି। କେମିତି ଭୋଟ ଦେବେ ଭାବୁଛନ୍ତି। କଣ କରିବେ ବୁଦ୍ଧି ଜୁଟୁନି । ତାରିଖ ପାଖେଇ ଆସିଲା ହେଲେ ଭୋଟର କାର୍ଡ ପାଖରେ ନାହିଁ। ଦେଶରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନଙ୍କ ସ୍ଥିତି କିଛି ଏହିଭଳି। ସେମାନେ ଭାବୁଛନ୍ତି ଆମ ପାଖରେ ଭୋଟର କାର୍ଡ ନାହିଁ, ତେଣୁ ଆମେ ଭୋଟ ଦେଇ ପାରିବୁନି। ସେମିତି କିଛି ହେବାର ନାହିଁ। ବିନା ଭୋଟର କାର୍ଡରେ ଆପଣ ଭୋଟ ଦେଇପାରିବେ। ଭୋଟର କାର୍ଡ ଯଦି ହଜି ଯାଇଛି ବା ମିଳୁନି ବିଲକୁଲ ଚିନ୍ତା କରନ୍ତୁ ନାହିଁ। ନିର୍ବାଚନ ଆୟୋଗ କିଛି ଏଭଳି ବ୍ୟବସ୍ଥା କରିଛନ୍ତି ଯାହା ଦ୍ଵାରା ଆପଣ ବିନା ଭୋଟର କାର୍ଡରେ ଭୋଟ ଦେଇପାରିବେ। ଭୋଟର କାର୍ଡର ଅନେକ ବିକଳ୍ପ ରହିଛି ଯାହା ଦ୍ଵାରା ଭୋଟ ଦେଇ ହେବ। ଆସନ୍ତୁ ନଜର ପକାଇବା
କେଉଁ କେଉଁ କାର୍ଡ ଥିଲେ ଦେଇପାରିବେ ଭୋଟ

୧_ଆଧାର କାର୍ଡ
୨_ ପାନ କାର୍ଡ
୩_ଡ୍ରାଇଭିଂ ଲାଇସେନ୍ସ
୪_ସ୍ବତନ୍ତ୍ର ଭିନ୍ନକ୍ଷମ ପରିଚୟ ପତ୍ର
୫_କେନ୍ଦ୍ର/ରାଜ୍ୟ ସରକାର/ସରକାରୀ ଉଦ୍ୟୋଗ
୬_ଘରୋଇ କମ୍ପାନୀରୁ ପ୍ରାପ୍ତ ପରିଚୟ ପତ୍ର
୭_ଫୋଟୋ ଥିବା ବ୍ୟାଙ୍କ ବା ଡାକ ପାସବୁକ୍
୮_ସ୍ୱାସ୍ଥ୍ୟ ବୀମା ସ୍ମାର୍ଟ କାର୍ଡ(ଶ୍ରମ ମନ୍ତ୍ରାଳୟ)
୯_ପାସପୋର୍ଟ
୧୦_ଫୋଟୋ ସହିତ ପେନସନ ଡକ୍ୟୁମେଣ୍ଟ
୧୧_ସାଂସଦ/ବିଧାୟକଙ୍କ ସରକାରୀ ପରିଚୟ ପତ୍ର
୧୨_ମନରେଗା କାର୍ଡ

ଏହି ସବୁ କାର୍ଡ ଗୁଡ଼ିକ ମଧ୍ୟରୁ ଯଦି ଗୋଟିଏ କାର୍ଡ ଆପଣଂକ ପାଖରେ ଅଛି ତା ହେଲେ ବିଲକୁଲ ଚିନ୍ତା ନାହିଁ। ଭୋଟର କାର୍ଡ ନଥିଲେ ବି ଏହି କାର୍ଡ ଗୁଡ଼ିକ ମଧ୍ୟରୁ ଗୋଟିଏ କାର୍ଡ ଥିଲେ ଆପଣ ଭୋଟ ଦେଇ ପାରିବେ ।

Leave A Reply

Your email address will not be published.