ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଇଡିର ନବମ ସମନ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପୁଣି ସମନ । ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆଜି ନବମଥର ପାଇଁ କେଜ୍ରିୱାଲଙ୍କୁ ସମନ ପଠାଇଛି । ଜେରା ପାଇଁ ମାର୍ଚ୍ଚ ୨୧ ତାରିଖରେ କାର୍ଯ୍ୟାଳୟରେ ହାଜର ହେବାକୁ କେଜ୍ରିୱାଲଙ୍କୁ ଡକାଇଛି ।
ଏହା ପୂର୍ବରୁ ଇଡି କେଜ୍ରିୱାଲଙ୍କୁ ୮ ଥର ସମନ ପଠାଇ ସାରିଛି, କିନ୍ତୁ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଏହି ସମନକୁ ବେଆଇନ ଏବଂ ରାଜନୈତିକ ଉଦ୍ଦେଶ୍ୟ ବୋଲି କହି ହାଜର ହେଉନାହାନ୍ତି । ଏହା ସହିତ ଏହି ମାମଲା କୋର୍ଟରେ ବିଚାରଧୀନ ଥିବାବେଳେ, ରାୟ ଆସିବାଯାଏଁ ଅପେକ୍ଷା କରିବାକୁ କହିଛନ୍ତି କେଜ୍ରିଓ୍ବାଲ୍ ।
ସୂଚନାଯୋଗ୍ୟ, କେଜ୍ରିୱାଲ ବାରମ୍ବାର ସମନ ଏଡାଇ ଚାଲିଥିବାରୁ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲା ଇଡି । ଗତକାଲି ରାଉଜ୍ ଆଭେନ୍ୟୁ କୋର୍ଟ ଏ ଉପରେ ବିଚାର କରିଥିଲେ । ଶୁଣାଣି ସମୟରେ କେଜ୍ରିୱାଲ ଇଡିରେ ହାଜର ନ ହେବାକୁ ନେଇ କାରଣ ଦର୍ଶାଇଥିଲେ ।