thelifelinemedia
Latest Odisha News, Breaking News Today

ମେଣ୍ଟକୁ ନେଇ ବିଜେଡ଼ି ଚୁପ୍, କାହିଁକି ଏତେ ନୀରବତା

ଭୁବନେଶ୍ୱର: ମେଣ୍ଟକୁ ନେଇ ବିଜୁ ଜନତା ଦଳ ଚୁପ। ନବୀନ ନିବାସରେ ବୈଠକ ସରିବା ପରେ ଲାଗୁଥିଲା ମେଣ୍ଟ ଚର୍ଚ୍ଚାରେ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ । କିନ୍ତୁ ସେମିତି କିଛି ହେଲାନି। ବୈଠକ ପରେ ନେତା ବାହାରକୁ ଆସିଲେ। କହିଲେ ନିର୍ବାଚନ ରଣ କୌଶଳ ନେଇ ଆଲୋଚନା ହେଲା। ଜିଲ୍ଲା ପର୍ଯ୍ୟବେକ୍ଷକ ବରିଷ୍ଠ ନେତାଙ୍କ ସହିତ ସୁପ୍ରିମୋ ଆଲୋଚନା କରିଛନ୍ତି। ଜିଲ୍ଲା ୱାରୀ, ନିର୍ବାଚନ ମଣ୍ଡଳୀ ୱାରି। ତଥ୍ଯ ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏ ଥିଲା ବିଜେଡ଼ି ଉପ ସଭାପତି ଦେବୀ ମିଶ୍ରଙ୍କ ପ୍ରତିକ୍ରିୟା। ବୈଠକ ପରେ ନବୀନ ନିବାସ ଭିତରୁ ଆସି ଗଣମାଧ୍ୟମ ସମ୍ମୁଖରେ ଏମିତି କିଛି କଥା କହିଲେ ଦଳର ବରିଷ୍ଠ ନେତା ଦେବୀ ମିଶ୍ର। କିନ୍ତୁ ଯେତେବେଳେ ମେଣ୍ଟ ନେଇ ସାମ୍ବାଦିକ ମାନେ ପ୍ରଶ୍ନ କଲେ । ତାର ଉତ୍ତର ନ ଦେଇ ପଳାଇଗଲେ ବିଜେଡ଼ିର ବରିଷ୍ଠ ନେତା ମାନେ।
ମେଣ୍ଟକୁ ନେଇ ବିଜେଡ଼ି ଚୁପ୍ ରହିବା ପଛରେ କଣ କାରଣ ରହିଥାଇପାରେ। କାହିଁକି ଏତେ ସବୁ ଚର୍ଚ୍ଚା ପରେ ବିଜେଡ଼ି ଚୁପ୍। କୁହା ଯାଉଛି ମେଣ୍ଟକୁ ନେଇ କୁଆଡେ ଅଙ୍କ ଛିଣ୍ଡୁନି। ଅଛିଣ୍ଡା ଗଣିତ ଭିତରେ ମେଣ୍ଟ ଚର୍ଚ୍ଚା ଚାଲିଛି। ବିଜେଡ଼ିକୁ ସୁହାଇଲା ଭଳି ସଙ୍ଖ୍ୟା ଗଣିତ ହେଇ ପାରୁନି। ସେଥିପାଇଁ ବିଜେଡ଼ି ନୀରବ ରହୁଛି ବୋଲି ସଧାରଣରେ ଚର୍ଚ୍ଚା ହେଉଛି।
ମେଣ୍ଟଚର୍ଚ୍ଚା ରାଜ୍ୟ ରାଜନୀତିର ପାରାକୁ ଶିଖରକୁ ନେଇଛି। ବିଗତ କିଛି ଦିନ ଧରି ମେଣ୍ଟକୁ ନେଇ ରାଜ୍ୟ ରାଜନୀତି ସରଗରମ। ଆଜି ବିଜେପି ରାଜ୍ୟ ସଭାପତିଙ୍କ ମେଣ୍ଟକୁ ନେଇ ପ୍ରତିକ୍ରିୟା, ଟ୍ୱଟ୍ କରି ପୁଣି ଡିଲିଟ ମାରିବା ମେଣ୍ଟ କଥାକୁ ଆଗକୁ ବଢ଼ାଇଥିଲା। ଲାଗୁଥିଲା ଆଜି ସ୍ପଷ୍ଟ ଚିତ୍ର ଆସିଯିବ ବୋଲି। ନବୀନ ନିବାସ ବୈଠକରୁ ମେଣ୍ଟକୁ ନେଇ ବଡ଼ ଖବର ଆସିବ ବୋଲି କୁହାଯାଉଥିଲା। ହେଲେ ସେମିତି କିଛି ହେଲାନି। ମେଣ୍ଟ ଚର୍ଚ୍ଚାରେ ବିଜେଡ଼ିର ନୀରବତା ସମସ୍ତଙ୍କୁ ଚକିତ କରିଛି

Leave A Reply

Your email address will not be published.