ନିୟମକୁ ଫୁ, ଫର୍ମ ପକାଇବାକୁ ଟଙ୍କା ମାଗୁଛି ଏସଏସବି

ଭୁବନେଶ୍ୱର: ସଧାରଣ ବର୍ଗଙ୍କ ପାଇଁ ୧୦୦୦। ଏସସି, ଏସଟି ଏବଂ ଶାରିରୀକ ଭିନ୍ନକ୍ଷମଙ୍କ ପାଇଁ ୫୦୦। ସରକାରୀ ଚାକିରୀ ଆବେଦନ ପାଇଁ ଏଭଳି ଫି ମାଗୁଛି ଏସଏସବି ବା ରାଜ୍ୟ ପ୍ରବରଣ ମଣ୍ଡଳୀ। ୨୦୨୨ ବିଜ୍ଞପ୍ତି ଅନୁସାରେ ରାଜ୍ୟ ସରକାର ଫି ଛାଡ କରିଛନ୍ତି।ଏହାକୁ ରାଜ୍ୟର ସମସ୍ତ ନିଯୁକ୍ତି ସଂସ୍ଥା କାର୍ଯ୍ୟକାରୀ କରୁଛନ୍ତି ହେଲେ ଏସଏସବି ଠାରେ ଦେଖା ଦେଇଛି ବ୍ୟତିକ୍ରମ। ଏସଏସବିର ନିଯୁକ୍ତି ପ୍ରକ୍ରିୟାରେ ଆବେଦନ କରୀଙ୍କୁ ଟଙ୍କା ଦେବାକୁ ପଡ଼ୁଛି। ସରକାର ଚାକିରୀ ଆଶାୟୀଙ୍କ ମୁଣ୍ଡରୁ ଆର୍ଥିକ ବୋଝ ହାଲକା କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଏସଏସବି କିନ୍ତୁ ଏକ ଜିଦିଆ ପରିଚାୟକ ଦେଇଛି। ଯାହାକୁ ନେଇ ଚାକିରି ଆଶାୟୀ ନିରାଶ ହୋଇଛନ୍ତି।
ଓପିଏସସି, ଓଏସଏସସି, ଓଏସଏସଏସସି ଭଳି ନିଯୁକ୍ତି ପ୍ରଦାନ କାରୀ ସଂସ୍ଥା ସରକାରୀ ନିୟମ ମାନି ପରୀକ୍ଷା ଫି ନେଉ ନାହାନ୍ତି।
ନିକଟରେ ଓସେପା ପକ୍ଷରୁ କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇ କୌଣସି ଫି ନିଆ ଯାଇନଥିଲା। କିନ୍ତୁ ଏସଏସବି ଏକମାତ୍ର ସଂସ୍ଥା ଯିଏ କି ସରକାରଙ୍କ ଏହି ନିୟମକୁ ଫୁ କରି ଦେଇଛି। ଏସଏସବିର ଏହି ଫି ଆଦାୟକୁ ଚାକିରୀ ଆଶାୟୀ ମାନେ ବିରୋଧ କରିବା ଆରମ୍ଭ କଲେଣି। କିନ୍ତୁ ଏସଏସବି ନିଦା ବିଷ୍ଣୁ ସାଜିଛି। କର୍ତ୍ତୃପକ୍ଷ କହିଛନ୍ତି ଅନ୍ୟ ନିଯୁକ୍ତିକାରୀ ସଂସ୍ଥା ପାଖରେ ପରୀକ୍ଷା ଫି ଛାଡ କରିବା ପାଇଁ ସ୍ଵତନ୍ତ୍ର ପାଣ୍ଠି ଅଛି। କିନ୍ତୁ ଏସଏସବି ପାଖରେ ସେମିତି କିଛି ପାଣ୍ଠି ନାହିଁ। ତେଣୁ ବାଧ୍ୟ ହୋଇ ଆଶାୟୀଙ୍କ ଠାରୁ ଫି ନିଆ ଯାଉଛି ବୋଲି ଏସଏଏସଏସବି କର୍ତ୍ତୃପକ୍ଷ କହିଛନ୍ତି। ସବୁଠୁ ବଡ଼ କଥା ଫି ଛାଡ଼ ନେଇ ଉଚ୍ଚ ଶିକ୍ଷା ବିଭାଗ ପାଖରୁ ସେମିତି କିଛି ନୋଟିସ୍ ଆସିନି। ଯଦି ନୋଟିସ୍ ଆସେ ତା ହେଲେ ଆମେ ତାକୁ କାର୍ଯ୍ୟକାରୀ କରିବୁ ବୋଲି ଏସଏସବି କହିଛି।