ମେଣ୍ଟ ପାଇଁ ଏଥର ନୂଆ ଫର୍ମୁଲା

ଭୁବନେଶ୍ୱର: ୧୫ବର୍ଷ ପରେ ମେଣ୍ଟ ରାଜନୀତି ଦେଖିବ ଓଡ଼ିଶା । ମେଣ୍ଟ ରାଜନୀତି ପୃଷ୍ଠଭୂମିରେ ରାଜନୀତିର ଚିତ୍ର ଆଙ୍କିବେ ବିଜେପି ଓ ବିଜେଡ଼ି। ଓଡ଼ିଶାରେ ବିଜେପି ବିଜେଡି ମେଣ୍ଟ ହେବା ନେଇ ସ୍ପଷ୍ଟ ସଙ୍କେତ ମିଳିସାରିଛି। କେବଳ ବିଧିବଦ୍ଧ ଘୋଷଣାକୁ ଅପେକ୍ଷା ରହିଛି। ଦିନେ ଦୁଇ ଦିନ ଭିତରେ ଏ ନେଇ ଔପଚାରିକ ଘୋଷଣାନାମା ସାମ୍ନାକୁ ଆସିବ । ଏବେ ସମସ୍ତଂକ ମନରେ ଗୋଟିଏ କଥା କେମିତି ହେବ ମେଣ୍ଟ ର ରୂପରେଖ। କିଏ କେତେ ସିଟରେ ଲଢିବ। ମେଣ୍ଟ ଫର୍ମୁଲା କଣ ହେବ। ଲୋକସଭା ସିଟ ପାଇଁ କଣ ରହିବ ମାନଦଣ୍ଡ। ସେହିପରି ବିଧାନସଭଭା କ୍ଷେତ୍ରରେ କିଏ କେତେ ସିଟ ଅନୁପାତରେ ଲଢ଼େଇ କରିବେ ବିଜେପି ଓ ବିଜେଡ଼ି। ଏହାକୁ ନେଇ ରାଜନୈତିକ ଗଣିତ କଣ କହୁଛି।
ପୁରୁଣା ମେଣ୍ଟ ଫର୍ମୂଲାରେ ଦୁଇ ଦଳ ଲଢ଼ିବେ। ନା ଏଥର ଆଉ କିଛି ଭିନ୍ନତା ଦେଖିବାକୁ ମିଳିପାରେ। ସୂତ୍ରରୁ ଜଣା ପୁରୁଣା ଫର୍ମୁଲା ଛାଡ଼ି ନୂଆ ଫର୍ମୁଲା ଆପନେଇବେ ଦୁଇ ଦଳ। ତେବେ କଣ ରହିବ ନୂଆ ଫର୍ମୂଲା। ଏ କଥା ବୁଝିବା ପୂର୍ବରୁ ଆସନ୍ତୁ ଜାଣିବା କେମିତି ଥିଲା ପୁରୁଣା ଫର୍ମୁଳା।
ପୁର୍ବରୁ ୧୯୯୭ ମସିହାରୁ ୨୦୦୯ ପର୍ଯ୍ୟନ୍ତ ବିଜେପି ବିଜେଡି ମେଣ୍ଟ ଥିଲା । ସେତେବେଳ କଂଗ୍ରେସ ଶାସନକୁ କ୍ଷମତାରୁ ହଟେଇବା ପାଇଁ ବିଜେଡ଼ି ବିଜେପି ମେଣ୍ଟ ହୋଇଥିଲା। ୨୦୦୦ ମସିହାରେ ଏକଠି ହୋଇ ବିଧାନସଭା ନିର୍ବାଚନ ଲଢ଼ିଲେ । ଫର୍ମୂଲା ଥିଲା
୮୪:୬୩ । ଆର୍ଥତ ବିଜେଡ଼ି ୮୪ ଆସନରେ ଲଢ଼ିଥିଲା ଏବଂ ବିଜେପି ୬୩ ଆସନରେ। ଯେଉଁଥିରେ ବିଜେଡ଼ି ୬୮ ସିଟରେ ବାଜିମାତ କରିଥିବା ବେଳେ ବିଜେପି ୩୮ ଆସନରେ ବିଜୟ ହୋଇଥିଲା। ମୁଖ୍ୟମନ୍ତ୍ରୀ ହୋଇଥିଲେ ନବୀନ ପଟ୍ଟନାୟକ। ୨୬ଟି ଆସନରେ ସିମୀତ ରହିଥିଲା କଂଗେସ। ଗାଦିଚ୍ୟୁତ ହୋଇଥିଲା କଂଗ୍ରେସ। ୨୦୦୪ ମସିହାରେ ମଧ୍ୟ ସେହି ସମାନ ସୂତ୍ର।
ଅର୍ଥାତ ୮୪:୬୩ ଅନୁପାତରେ ନିର୍ବାଚନ ଲଢ଼ିଥିଲେ ଉଭୟ ଦଳ। ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ନବୀନ ପଟ୍ଟନାୟକ। କିନ୍ତୁ ମେଣ୍ଟ ଅଧିକ ସମୟ ରହିଲାନି। ୨୦୦୯ ମାର୍ଚ୍ଚ ୮ ତାରିଖରେ ମେଣ୍ଟ ଭାଙ୍ଗିଥିଲା। ସେତେବେଳେ କନ୍ଧମାଳ ଦଙ୍ଗା ପ୍ରସଂଗକୁ ମୁଦା କରି ମେନ୍ତରୁ ଓହରି ଥିଲା ବିଜେଡ଼ି। ସେତେବେଳେ ଲାଲ କୃଷନ୍ ଆଡଭାନୀ ସବୁ ପ୍ରୟାସ କରିଥଲେ ମେଣ୍ଟ ନ ଭାଙ୍ଗିବା ପାଇଁ। ହେଲେ ତାଙ୍କ ସବୁ ଚେଷ୍ଟା ଫେଲ୍ ମାରିଥିଲା।
ବିଜେଡ଼ି ଏକୁଟିଆ ଲଢ଼ିବାକୁ ନିଷ୍ପତି ନେଲା। ପ୍ୟାରିମୋହନ ମହାପାତ୍ର ସେତେବେଳେ ଦମ୍ଭୋକ୍ତି ଦେଖାଇଥିଲେ ବିଜେଡ଼ି ଏକୁଟିଆ ଶହେ ଆସନରେ ଜିତିବ। ଆଉ ଠିକ୍ ସେଇଆ ହିଁ ହେଲା। ବିଜେଡ଼ି ଏକୁଟିଆ ୨୦୦୯ ମସିହାରେ ନିର୍ବାଚନ ଲଢ଼ିଲା ଏବଂ ୧୦୩ ଟି ଆସନରେ ଜିତିଲା।୧୦୩ ଆସନରେ ବିଜୟ ହେବା ସହିତ ତୃତୀୟ ଥର ପାଇଁ ମୂଖ୍ୟମନ୍ତ୍ରୀ ହେଲେ ନବୀନ ପଟ୍ଟନାୟକ।
ଏବେ କିନ୍ତୁ ୨୦୨୪ ରେ ନୂଆ ଫର୍ମୁଲାରେ ମେଣ୍ଟ ହୋଇପାରେ। ଏହାର ପ୍ରଥମ କାରଣ ହେଉଚି ବିଜେଡିର ଲୋକପ୍ରିୟତା। ୧୪୭ ବିଧାନସଭା ଆସନରେ ବିଜେଡ଼ିର ପ୍ରାର୍ଥୀ ତୟାର ଅଛନ୍ତି। ବିଜେଡି କେବେ ହେଲେ ୧୦୦ସିଟ୍ ରୁ କମ ସିଟରେ ଲଢ଼େଇ କରିବନି। କାରଣ ଶହେ ସିଟରୁ କମ ସିଟରେ ବିଜେଡ଼ି ପାଇଁ ରିସ୍କ୍ ହୋଇଯିବ। ଆଗକୁ ଯଦି ମେଣ୍ଟ ଭାଙ୍ଗିଯାଏ ତା ହେଲେ ବିଜେଡ଼ି ହଁ ଅଡ଼ୁଆରେ ପଡ଼ିବ। ତେଣୁ ବିଧାନସଭା ଆସନରେ ବିଜେଡ଼ି ୧୦୦ ଉପରେ ଆସନ ରଖି ବାକି ଆସନ ବିଜେଡ଼ିକୁ ଛାଡ଼ିପରେ। ଅର୍ଥାତ ବିଜେପିକୁ ପାଖାପାଖି ୪୦ଟି ଭଳିଆ ଆସନ ଛାଡିପରେ ବିଜେଡ଼ି। ସେହିପରି ଲୋକସଭା କ୍ଷେତ୍ରରେ ବିଜେପି ଅଧିକ ଆସନରେ ଲଢ଼େଇ କରିପାରେ। ବିଜେପିର ଏବେ ୮ ସାଂସଦ ଅଛନ୍ତି।
ଯେହେତୁ ମୋଦିଙ୍କ ଟାର୍ଗେଟ ଏଥର ୪୦୦ ଉପରେ ସିଟ ହାସଲ କରିବା ତେଣୁ ଓଡ଼ିଶାର ଏମପି ସିଟ ଉପରେ ମୋଦିଙ୍କ ଆଖି ରହିଛି। ମୋଦି ଚାହିବେ ଅଧିକ ଏମପି ସିଟ ଓଡ଼ିଶାରୁ ଆସୁ। ଏଥିପାଇଁ ଲୋକସଭାରେ ଆସନ ବୁଝାମଣାରେ ବିଜେପି ଆଗରେ ରହିବ ଏବଂ ବିଜେଡ଼ି ପଛରେ। କୁହାଯାଉଛି।୧୩:୮ ଅନୁପାତରେ ଆସନ ବୁଝାମଣା କରିବେ ବିଜେପି ଏବଂ ବିଜେଡ଼ି। ସବୁଠୁ ବଡ଼ କଥା ହେଉଚି ୧୫ ବର୍ଷ ତଳେ ଥିବା ରାଜନୈତିକ ସ୍ଥିତିରେ ପରିବର୍ତନ ଆସିଛି। ତେଣୁ ଏଥର ମେଣ୍ଟ ପାଇଁ ନୂଆ ଫର୍ମୁଲା ଦେଖିବାକୁ ମିଳିପାରେ