thelifelinemedia
Latest Odisha News, Breaking News Today

ଟେଷ୍ଟରେ ଅଶ୍ୱିନଙ୍କ ମାଇଲଖୁଣ୍ଟ

ନୂଆଦିଲ୍ଲୀ: ଟେଷ୍ଟ କ୍ରିକେଟରେ ଇତିହାସ ସୃଷ୍ଟି କଲେ ଭାରତୀୟ ଅଫ ସ୍ପିନର ରବିଚନ୍ଦ୍ରନ୍ ଅଶ୍ଵିନ । ଧର୍ମଶାଳା ଭାରତ ଇଂଲଣ୍ଡ ଅନ୍ତିମ ଟେଷ୍ଟରେ ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି ସେ। ୧୦୦ ତମ ଟେଷ୍ଟ ଖେଳିବାର ବିରଳ ରେକର୍ଡ଼ କରିଛନ୍ତି। ୧୪ ତମ ଭାରତୀୟ ଖେଳଳୀ ଭାବେ ଏଇ ରେକର୍ଡ଼ କରିଛନ୍ତି ଚେନ୍ନାଇର ଏହି ଖେଳାଳି। ୩୭ ବର୍ଷ ବୟସରେ ଏଇ ସଫଳତା ତାଙ୍କୁ ମିଳିଛି। ପୂର୍ବରୁ ୧୩ ଜଣ ଭାରତୀୟ ୧୦୦ ତମ ଟେଷ୍ଟ କ୍ରିକେଟ ଖେଳିବାର ସୁଯୋଗ ପାଇଛନ୍ତି। ଏହି ତାଲିକାରେ ଆଶ୍ୱିନ ଯୋଡ଼ି ହୋଇଛନ୍ତି।

ଡ୍ରେସିଂ ରୁମରେ ଆଜି ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା। ସାଥୀ ଖେଳାଳି ମାନେ ଅଶ୍ୱିନଙ୍କୁ ବାହା ବାହା କରିଥଲେ । କୋଚ ରାହୁଲ ଦ୍ରାବିଡ ଅଶ୍ୱିନ ଙ୍କୁ ଶୁଭେଛା ଜଣାଇ ଥିଲେ। ସମସ୍ତ ସାଥୀ ଖେଳାଳି ଓ ଯୁବ ଖେଳାଳି ଅଶ୍ୱିନଙ୍କ ସଫଳତାରେ ଖୁସି ପ୍ରକାଶ କରିଛନ୍ତି।

୩୭ ବର୍ଷ ବୟସରେ ଅଶ୍ୱିନ ଏଇ ସଫଳତା ପାଇଛନ୍ତି। ୨୦୧୧ ମସିହାରେ ଟେଷ୍ଟ କ୍ରିକେଟରେ ପଦାର୍ପଣ କରିଥିଲେ ସେ। ତା ପର ଠୁ ଅଶ୍ୱିନ ଆଉ ପଛକୁ ଫେରି ନାହାନ୍ତି। ବିଶ୍ଵ କ୍ରିକେଟ ରେ ପତିଆରା ଜାହିର କରି ଆସିଛନ୍ତି। କୁହାଯାଏ କପିଲ ଦେବଙ୍କ ପରେ ଯଦି ସବୁଠୁ ବଡ଼ ଅଲ୍ ରାଉଣ୍ଡର ଥାଆନ୍ତି ତା ହେଲେ ସେ ହେଉଛନ୍ତି ଅଶ୍ଵିନୀ। କ୍ରିକେଟର ସବୁ ବର୍ଗରେ ତାଙ୍କର ଦକ୍ଷତା ରହିଛି। ଖାସ୍ କରି ଟେଷ୍ଟ କ୍ରିକେଟରେ ଅଧିକ ପ୍ରଭାବୀ ସାବ୍ୟସ୍ତ ହୋଇଛନ୍ତି। ଏ ପର୍ଯ୍ୟନ୍ତ ସେ ଟେଷ୍ଟ କ୍ରିକେଟରେ ୫୦୭ ୱିକେଟ ନେଇ ସାରିଛନ୍ତି। ଟେଷ୍ଟ୍ ରେ ଭଲ ବ୍ୟାଟିଂ ପ୍ରଦର୍ଶନ ଦେଖାଇଛନ୍ତି ଅଶ୍ୱିନ। ୫ଟି ଶତକ ଏବଂ ୧୪ ଟି ଅର୍ଦ୍ଧ ଶତକ ପାଲି ଖେଳି ଛନ୍ତି ସେ।
ଆଜିର ଦିନ ଅଶ୍ୱିନଙ୍କ ପାଇଁ ଖାସ। ୧୦୦ତମ ଟେଷ୍ଟ ଖେଳିବା ଅବସରରେ ସେ ଭାବ ବିହ୍ୱଳ ହୋଇ ପଡ଼ିଥିଲେ। ନିଜର ସାଥୀ ଖେଳାଳିଙ୍କ ସହିତ କ୍ରିକେଟ ପ୍ରେମୀ ଓ ପରିବାର ଲୋକଙ୍କୁ ଧନ୍ୟବାଦ ଦେଇଛନ୍ତି ଅଶ୍ଵିନୀ।

Leave A Reply

Your email address will not be published.