thelifelinemedia
Latest Odisha News, Breaking News Today

୧୫ ବର୍ଷ ପରେ ଓଡ଼ିଶାରେ ହେବାକୁ ଯାଉଛି ବିଜେଡ଼ି ବିଜେପି ମେଣ୍ଟ

ଭୁବନେଶ୍ୱର: କଡ ଲେଉଟିଲା ଓଡିଶା ରାଜନୈତିକ ଦୃଷ୍ୟପଟ୍ଟ। ୧୫ ବର୍ଷ ପରେ ଓଡ଼ିଶାରେ ହେବାକୁ ଯାଉଛି ବିଜେଡ଼ି ବିଜେପି ମେଣ୍ଟ। ବିଧିବଦ୍ଧ ଭାବେ ଘୋଷଣା ନ ହେଲେ ବି ଉଭୟ ଦଳ ମେଣ୍ଟ ହେବା ନେଇ ସଙ୍କେତ ଦେଇ ସାରିଛନ୍ତି। ରାଜନୀତିରେ କେହି ସ୍ଥାୟୀ ଶତ୍ରୁ ବା ମିତ୍ର ନୁହନ୍ତି। ରାଜନୈତିକ ସ୍ବାର୍ଥ ହିଁ ସବୁକିଛି। ସୁବିଧା ସୁଯୋଗ ଓ ଫାଇଦା ପାଇଁ କେତେବେଳେ ବି କଡ ଲେଉଟିପାରେ। ଯେମିତି କଡ ଲେଉଟିବାକୁ ଯାଉଛି ଓଡ଼ିଶା ରାଜନୀତିରେ। ୧୫ ବର୍ଷ ପରେ ପୁଣିଥରେ ବିଜେଡ଼ି ଓ ବିଜେପି ମଧ୍ୟରେ ମେଣ୍ଟ ହେବାକୁ ଯାଉଛି।

କାହିଁକି ମେଣ୍ଟର ଆବଶ୍ୟକଟା ପଡ଼ିଲା? କିଏ ମେଣ୍ଟ ପାଇଁ ଅଫର୍ ଦେଲା? ବିଜେପି ନା ବିଜେଡ଼ି? କୁହାଯାଉଛି ବିଜେପି ପଟୁ ମେଣ୍ଟ ହେବା ନେଇ ଅଫର ଆସିଛି । ମୋଦି ଟାର୍ଗେଟ ଫିକ୍ସ କରିସାରିଛନ୍ତି। ଅବ କି ବାର ୪୦୦ ପାର୍। ଏକାକୀ ବିଜେପି ୩୭୦ ଆସନରେ ଜିତିବ ବୋଲି ଦମ୍ଭୋକ୍ତି ଦେଖାଉଛନ୍ତି ମୋଦି। ତେଣୁ ବଡ଼ ଟାର୍ଗେଟ ପାଇଁ ବିଜେପି ବିଜେଡ଼ିକୁ ମେଣ୍ଟ କରିବା ପାଇଁ ଅଫର୍ ଦେଇଛି ବୋଲି ଚର୍ଚ୍ଚା ହେଉଚି।

ଅନ୍ୟ ଏକ କାରଣ ହେଲା ଦୁଇ ଦଳର ଶୀର୍ଷ ନେତା ଲୋକପ୍ରିୟତାର ଶିଖର ଛୁଇଛନ୍ତି। ପରଷ୍ପର ବିରୋଧରେ ଲଢେ଼ଇ କଲେ କିଛି ଫାଇଦା ନାହିଁ। କିନ୍ତୁ ଏକାଠି ନିର୍ବାଚନ ଲଢ଼ିଲେ ଫାଇଦା ମିଳିପାରେ, ଏଇ ଆଧାରରେ ମେଣ୍ଟ ହେବାନେଇ ଅନ୍ୟ ଏକ ଯୁକ୍ତି ବୋଲି କୁହା ଯାଉଛି।

କିନ୍ତୁ ସବୁଠୁ ବଡ଼ କଥା ହେଉଛି ଏକାଠି ନିର୍ବାଚନ ଲଢିଲେ ଲାଭ କାହାର ହେବ? କାହାକୁ ଅଧିକ ଫାଇଦା ମିଳିବ? କିଏ ବଡ଼ ଭାଇର ଦାୟିତ୍ଵ ତୁଲାଇବ? ଫ୍ରଣ୍ଟ ଫୁଟରେ କିଏ ରହିବ ? ଆସନ ବୁଝାମଣା କେମିତି ହେବ? କୋଉ ସିଟରୁ କିଏ ଲଢିବ? ପାର୍ଟି ପାୱାର ପିଲ୍ଟିକସରେ କିଏ ନିଷ୍ପତ୍ତି ନେବ? ରାଜ୍ୟ ବିଜେପି ନା ବିଜେଡ଼ି? ଏ କଥା ଏବେ ସାଧାରଣରେ ଗୁଞ୍ଜରଣ ହେଉଚି।

ପୁର୍ବରୁ ୧୯୯୭ ମସିହାରୁ ୨୦୦୯ ପର୍ଯ୍ୟନ୍ତ ବିଜେପି ବିଜେଡି ମେଣ୍ଟ ଥିଲା । ୨୦୦୦ ମସିହାରେ ଏକଠି ହୋଇ ବିଧାନସଭା ନିର୍ବାଚନ ଲଢ଼ିଲେ । ୮୪:୬୩ ଆସନ ଫର୍ମୁଲାକୁ ନେଇ ବିଜେଡ଼ି ବିଜେପି ମଇଦାନକୁ ଓହ୍ଲାଇଥିଲେ। ବିଜେଡ଼ି ୬୮ ସିଟରେ ବାଜିମାତ କରିଥିବା ବେଳେ ବିଜେପି ୩୮ ଆସନରେ ବିଜୟ ହୋଇଥିଲା। ମୁଖ୍ୟମନ୍ତ୍ରୀ ହୋଇଥିଲେ ନବୀନ ପଟ୍ଟନାୟକ। ୨୬ଟି ଆସନରେ ସିମୀତ ରହିଥିଲା କଂଗେସ। ୨୦୦୪ ମସିହାରେ ମଧ୍ୟ ସେହି ସମାନ ସୂତ୍ରରେ ଏକାଠି ଲଢ଼ିଥିଲେ ବିଜେପି ବିଜେଡି। ଅର୍ଥାତ ୮୪:୬୩ ଅନୁପାତରେ ନିର୍ବାଚନ ଲଢ଼ିଥିଲେ ଉଭୟ ଦଳ। ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ନବୀନ।

କିନ୍ତୁ ୨୦୦୯ ମସିହାରେ ଏନଡିଏ ମେଣ୍ଟରୁ ଓହରି ଯାଇଥିଲା ବିଜେଡ଼ି। ଏକାକୀ ନିର୍ବାଚନ ଲଢିଥିଲେ ବିଜେଡି। ୧୦୩ ଆସନରେ ବିଜୟ ହେବା ସହିତ ତୃତୀୟ ଥର ପାଇଁ ମୂଖ୍ୟମନ୍ତ୍ରୀ ହେଲେ ନବୀନ ପଟ୍ଟନାୟକ। ଏବେ ଦେଖିବାର କଥା ୨୦୨୪ ରେ କେମିତି ରହିବ ଆସନ ବୁଝାମଣା। ପୂର୍ବ ଭଳି ସେହି ସମାନ ଫର୍ମୁଲାରେ ଦୁଇ ଦଳ ନିର୍ବାଚନ ଲଢ଼ିବେ ନା ଏଥର ଆଉ କିଛି ଭିନ୍ନତା ଦେଖିବାକୁ ମିଳିବ ତାହା ସମୟ କହିବ।

Leave A Reply

Your email address will not be published.