thelifelinemedia
Latest Odisha News, Breaking News Today

ଦ୍ରୁତଗାମୀ ଟ୍ରକ୍‌ ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ

ମାଲକାନଗିରି: ମାଲକାନଗିରି ଥାନା ଅନ୍ତର୍ଗତ ଏମଭି-୧୯ ଗ୍ରାମ ନିକଟସ୍ଥ ଉର୍ମାଗୁଡା ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ବ୍ୟକ୍ତିର ମୃତ୍ୟୁ ହୋଇଛି। ଏମଭି-୧୯ ଗ୍ରାମର ଗଣେଶ ମଣ୍ଡଳ ନାମକ ବ୍ୟକ୍ତି କାମ ସାରି ନିଜ ଘରକୁ ଫେରୁଥିବା ସମୟରେ କାଲିମେଳା ପଟରୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ସହ ଧକ୍କା ହୋଇଥିଲା, ଯାହାଫଳରେ ଘଟଣାସ୍ଥଳରେ ହିଁ ବାଇକ ଆରୋହୀ ଗଣେଶଙ୍କର ମୃତ୍ୟୁ ହୋଇଥିଲା। ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଛେଦ କରାଇଥିବା ପୁଲିସ କହିଛି। ତେବେ ପୁଲିସ ଏହି ଘଟଣାର ତଦନ୍ତ କରୁଥିବା ଜଣାପଡିଛି। ତେବେ ଏତେ ବଡ ଦୁର୍ଘଟଣା କିପରି ଘଟିଲା ସ୍ଥାନୀୟ ଲୋକେ କହିପାରୁନାହାନ୍ତି। ତେବେ ପୁଲିସ ଏହାର ତଦନ୍ତ କଲାପରେ ସବୁ ଜଣାପଡିବ ବୋଲି କୁହାଯାଇଛି।

Leave A Reply

Your email address will not be published.