thelifelinemedia
Latest Odisha News, Breaking News Today

ଭଞ୍ଜନଗରରୁ ନିଖୋଜ ବ୍ୟବସାୟୀଙ୍କ ମୃତଦେହ ଗାଜଲବାଡି-ଦାରିଙ୍ଗବାଡ଼ି ଘାଟିରୁ ଉଦ୍ଧାର

ପ୍ରଥମେ ଅପହରଣ। ପରେ ନିର୍ମମ ହତ୍ୟା। ହତ୍ୟା ଘଟଣାକୁ ଲୁଚାଇବାକୁ ଯାଇ ଘାଟି ଉପରେ ମୃତଦେହକୁ ଫୋପାଡିବା ଭଳି ସୁପରିକଳ୍ପିତ ଯୋଜନା। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ-କନ୍ଧମାଳ ସୀମାନ୍ତ ଗାଜଲବାଡିରୁ ଦାରିଙ୍ଗବାଡିକୁ ସଂଯୋଗ କରିଥିବା ଘାଟି ଉପରେ। ଦାରିଙ୍ଗବାଡି ଘାଟିର ୯ମ ବୁଲାଣିର ରାସ୍ତାକଡରୁ ଆଜି ଏକ ମୃତଦେହ ଉଦ୍ଧାର କରିଛି ପୁଲିସ୍। ଆଉ ଏହି ମୃତଦେହଟି ଭଞ୍ଜନଗର ସହରରୁ ଗତ ମଙ୍ଗଳବାର ଠାରୁ ଅପହରଣ ହୋଇଥିବା ଯୁବ ବ୍ୟବସାୟୀଙ୍କ ବୋଲି ଜଣାପଡିଛି। ବ୍ୟବସାୟୀ ଜଣକ ହେଲେ ଭଞ୍ଜନଗର ଷ୍ଟେଟ୍ ବ୍ୟାଙ୍କ ଠାରେ ଦୋକାନ କରିଥିବା ହିତେନ୍ ସ୍ବାଇଁ(୪୮)। ଆଜି ତାଙ୍କ ମୃତଦେହ ଦାରିଙ୍ଗିବାଡି ଘାଟିରେ ପଡିଥିବା ପୁଲିସ୍ ଜାଣିବାକୁ ପାଇ ପରିବାର ଲୋକଙ୍କୁ ଖବର ଦେଇଥିଲା। ପରିବାର ଲୋକ ମୃତଦେହ ଚିହ୍ନଟ କରିବା ପରେ ପୁଲିସ୍ ସାଇଣ୍ଟିଫିକ୍ ଟିମ୍ ଆସି ଛାନଭିନ୍ କରିଥିଲେ। ମୃତଦେହ ପଚି ସଢିବା ଆରମ୍ଭ କରିଥିବାରୁ ବ୍ରହ୍ମପୁର ଏଫ୍ଏମ୍ଟିକୁ ପଠାଯାଇଥିବା ଥାନା ଅଧିକାରୀ ଧୀରେଶ କୁମାର ଦାସ ସୂଚନା ଦେଇଛନ୍ତି।

Leave A Reply

Your email address will not be published.