thelifelinemedia
Latest Odisha News, Breaking News Today

କର୍ଣ୍ଣାଟକର କୋଲାର ଖଣିରୁ ୨.୧ ବିଲିୟନ ଡଲାର ମୂଲ୍ୟର ସୁନା ଉତ୍ତୋଳନ ‌ହେବ

କର୍ଣ୍ଣାଟକର ଏକ ପୁରାତନ ସୁନା ଖଣିରେ ମହଜୁଦ ୫୦ ନିୟୁତ ଟନ୍‌ ପ୍ରକ୍ରିୟାକୃତ ପଥରରୁ ସୁନା ବାହାର କରିବା ପାଇଁ ଭାରତ ସରକାର ଟେଣ୍ଡର ଆହ୍ଵାନ କରିବାକୁ ଯୋଜନା କରୁଛନ୍ତି ବୋଲି ଗୁରୁବାର ଦିନ ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି। ଉଲ୍ଲେଖଯୋଗ୍ୟ, ବେଙ୍ଗାଲୁରୁର ଉତ୍ତର-ପୂର୍ବରେ ପ୍ରାୟ ୬୫ କିଲୋମିଟର (୪୦ ମାଇଲ) ଦୂରରେ ଅବସ୍ଥିତ କୋଲାର ଖଣି ଅଞ୍ଚଳ ମଧ୍ୟରେ ରହିଛି ଦେଶର ଏହି ସର୍ବପୁରାତନ ସୁନା ଖଣି।

୨୦ ବର୍ଷରୁ ଅଧିକ ସମୟ ପୂର୍ବରୁ ବନ୍ଦ ହୋଇ ଯାଇଥିବା କୋଲାର ଖଣିଗୁଡ଼ିକରେ ପ୍ରାୟ ୨.୧ ବିଲିୟନ ଡଲାର ମୂଲ୍ୟର ସୁନା ଜମା ଥିଲା ଏବଂ ଭାରତ ସରକାର ବର୍ତ୍ତମାନ ନୂତନ ଟେକ୍ନୋଲୋଜିର ଲାଭ ଉଠାଇବାକୁ ଆଗ୍ରହୀ ଯାହା ଅତୀତରେ ପ୍ରକ୍ରିୟାକରଣ ହୋଇଥିବା ପଥରର ବଳକା ଅଂଶ (କ୍ଲଷ୍ଟର)ରୁ ସୁନା ବାହାର କରିପାରିବ। ସୁନା ବ୍ୟତୀତ, ସରକାର ପ୍ରକ୍ରିୟାକୃତ ପଥରରୁ ପାଲାଡିୟମ ବାହାର କରିବାକୁ ମଧ୍ୟ ଲକ୍ଷ୍ୟ ରଖିଛନ୍ତି ବୋଲି ସଂପୃକ୍ତ ଅଧିକାରୀ କହିଛନ୍ତି।

Leave A Reply

Your email address will not be published.