thelifelinemedia
Latest Odisha News, Breaking News Today

କ୍ଳାଭାମା-୬୨୫ ନକଲି ଔଷଧ ପଛରେ ହିମାଚଳ ଲିଙ୍କ!

ଭୁବନେଶ୍ୱର: କ୍ଳାଭାମା-୬୨୫ ନକଲି ଔଷଧ ପଛରେ ହିମାଚଳ ଲିଙ୍କ ଥିବାର ସନ୍ଦେହ କରାଯାଉଛି। ପୂର୍ବରୁ ଜବତ ହୋଇଥିବା ଟେଲମା ୪୦ ମାମଲା ସହ ଏହି ଲିଙ୍କ ଥିବା ସନ୍ଦେହ ଉପୁଜିଛି। କିନ୍ତୁ ଓଡ଼ିଶାରେ ଏହି ମେଡିସିନ ସପ୍ଲାଏ ହୋଇ ନଥିବା ସ୍ପଷ୍ଟ କରିଛି କମ୍ପାନି।
ତେବେ ମେଡ଼ିସିନ ନକଲି ଜଣା ପଡିବା ପରେ କିରନ ଫର୍ମାସିଟିକାଲ ନାମରେ କୋର୍ଟରେ ମାମଲା ଦାୟର କରିଛି ଡ୍ରଗ କଣ୍ଟ୍ରୋଲ ବିଭାଗ।
ସେପଟେ ଏ ନେଇ ପ୍ରତିକ୍ରିୟା ରଖି ଡ୍ରଗ କଣ୍ଟ୍ରୋଲର ସୁବୋଧ ନାୟକ କହିଛନ୍ତି, ରିଟେଲ ଓ଼ ହୋଲସେଲ ପଏଣ୍ଟ ଉପରେ ନଜର ରଖା ଯାଇଛି। ଔଷଧ ରଖିବା ପୂର୍ବରୁ ରିଟେଲର ବ୍ୟାଚ ନମ୍ବର ଓ଼ ବିଲ ସହ ମିଳେଇ ରଖିବାକୁ ପରାମର୍ଶ ଦିଆଯାଇଛି। ନିମ୍ନମାନର ସାଲାଇନ ଯୋଗାଇଥିବା ମଧ୍ୟପ୍ରଦେଶର ଫାର୍ମା କମ୍ପାନିକୁ ମଧ୍ୟ ବ୍ଲାକ ଲିଷ୍ଟ କରାଯାଇଛି।

Leave A Reply

Your email address will not be published.