thelifelinemedia
Latest Odisha News, Breaking News Today

ବିଚାରପତି ନିଯୁକ୍ତି ପ୍ରକ୍ରିୟା ପରିବର୍ତ୍ତନ ନହେବା ପର୍ଯ୍ୟନ୍ତ ଉଚ୍ଚ ନ୍ୟାୟିକ ପଦବୀ ଖାଲି ପଡ଼ୁଥିବ

ବିଚାରପତି ନିଯୁକ୍ତି ପ୍ରସଙ୍ଗକୁ କେନ୍ଦ୍ରକରି ସୁପ୍ରିମକୋର୍ଟଙ୍କ ସହ କେନ୍ଦ୍ର ସରକାରଙ୍କର ବାକ୍‌ ଯୁଦ୍ଧ ଚାଲିଥିବା ବେଳେ କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ ଆଜି କହିିଛନ୍ତି ଯେ ବିଚାରପତି ନିଯୁକ୍ତିରେ ସରକାରଙ୍କର ସୀମିତ ଭୂମିକା ରହିଛି।

ଶ୍ରୀ ରିଜିଜୁ ଆଜି ସଂସଦରେ ବହୁ ସଂଖ୍ୟକ ବିଚାରାଧୀନ ମାମଲା ଉପରେ ଏକ ପ୍ରଶ୍ନର ଉତ୍ତର ଦେବାବେଳେ କହିଛନ୍ତି ଯେ ସଂପ୍ରତି ସାରା ଦେଶରେ ପାଞ୍ଚ କୋଟିରୁ ଅଧିକ ମାମଲା ବିଚାରାଧୀନ ଥିବାରୁ ଏହା ଏକ ଚିନ୍ତାଜନକ ବିଷୟ। ତେବେ, ମନ୍ତ୍ରୀ କହିଛନ୍ତି ଯେ ଏହାର ମୌଳିକ କାରଣ ହେଉଛି ବିଚାରପତି ନିଯୁକ୍ତି। ବିଚାରାଧୀନ ମାମଲାଗୁଡ଼ିକର ସଂଖ୍ୟା ହ୍ରାସ କରିବା ପାଇଁ ସରକାର ଅନେକ ପଦକ୍ଷେପ ନେଇଥିଲେ, କିନ୍ତୁ ବିଚାରପତିଙ୍କ ଖାଲି ପଦବୀ ପୂରଣ କରିବାରେ ସରକାରଙ୍କର ବହୁତ ସୀମିତ ଭୂମିକା ରହିଛି।

Leave A Reply

Your email address will not be published.