thelifelinemedia
Latest Odisha News, Breaking News Today

ବାଇକ୍‌ ଓ କାର୍‌ ଉପରେ ମାଡ଼ିଗଲା ଦ୍ରୁତଗାମୀ ଟ୍ରକ୍‌; ଜଣେ ମୃତ, ୮ ଜଣ ଗୁରୁତର

କଟକ: ଜଗତପୁର ଖଇରପୋଲ ନିକଟରେ ଆଜି ସନ୍ଧ୍ୟାରେ ସିରିଜ ଦୁର୍ଘଟଣା ଘଟିଛି। ଦୁଇଟି ବାଇକ ଓ ୫ଟି କାର ଉପରେ ଦ୍ରୁତଗାମୀ ଟ୍ରକ୍‌ ମାଡି ଯାଇଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ଅନ୍ୟ ୮ ଜଣ ଗୁରୁତର ହୋଇଛନ୍ତି। ମୃତ ବ୍ୟକ୍ତି ହେଲେ ସୁବାସ ସାହୁ। ଗୁରୁତରମାନଙ୍କ ମଧ୍ୟରୁ ଆରତୀ ଦାସ (୨୩), ସଂଜୟ ଭୂୟା (୩୯), ସାରଦା ପ୍ରଦାସ ଲେଙ୍ଗା (୪୮), ରତ୍ନାବତୀ ମିଶ୍ର (୪୦), କମଳ ଲୋଚନ ସାହୁ (୩୮) ଓ ସଂଜୟ କୁମାର ପଣ୍ଡା (୪୫) ଅନ୍ୟତମ।

ସୂଚନା ଅନୁସାରେ ଆଜି ସନ୍ଧ୍ୟାରେ ଜାତୀୟ ରାଜପଥରେ ଶହ ଶହ ଲୋକେ ଯାଉଥିବା ବେଳେ ସାଲେପୁର ପାର୍ଶ୍ବରୁ କଟକ ଆଡକୁ ଆସୁଥିବା ଟ୍ରକଟି ଜଗତପୁର ଖଇରପୋଲ ନିକଟରେ ଜଣକ ପରେ ଜଣକ ଉପରକୁ ମାଡ଼ି ଚାଲିଥିଲା। ଫଳରେ ଅନେକ ଲୋକ ଆହତ ହୋଇଥିବା ବେଳେ ୭ ଜଣ ଗୁରୁତର ହୋଇଥିଲେ। ସମସ୍ତ ଗୁରୁତରଙ୍କୁ  ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସୁବାସ ସାହୁଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

Leave A Reply

Your email address will not be published.