thelifelinemedia
Latest Odisha News, Breaking News Today

ଆଜି ଲ୍ୟାଣ୍ଡଫଲ କରିବ ସାମୁଦ୍ରିକ ବାତ୍ୟା ‘ମାଣ୍ଡୋସ’

ନୂଆଦିଲ୍ଲୀ: ବର୍ତ୍ତମାନ ଦକ୍ଷିଣ ବଙ୍ଗୋପସାଗରରେ ଥିବା ସାମୁଦ୍ରିକ ବାତ୍ୟା ମାଣ୍ଡୋସ୍‌ ତାମିଲନାଡୁର ମହାବଲିପୁରମ୍‌ ଆଡକୁ ଅଗ୍ରସର ହେଉଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଏହାର ସର୍ବଶେଷ ବୁଲେଟିନରେ ସୂଚନା ଦେଇଛି ଯେ ସାମୁଦ୍ରିକ ଝଡ଼ ମାଣ୍ଡୋସ ଏକ ଘୂର୍ଣ୍ଣିବଳୟରେ ଦୁର୍ବଳ ହୋଇ ପୁଡୁଚେରୀର କାରାଇକାଲ ଠାରୁ ପ୍ରାୟ ୧୮୦ କିଲୋମିଟର ଉତ୍ତର-ପୂର୍ବରେ କେନ୍ଦ୍ରୀଭୂତ ହୋଇଛି।

ସାମୁଦ୍ରିକ ଝଡ଼ ମାଣ୍ଡୋସ ଉତ୍ତର ତାମିଲନାଡୁରୁ ପଶ୍ଚିମ ଉତ୍ତର-ପଶ୍ଚିମ ଆଡକୁ ଅଗ୍ରସର ହେଉଛି। ଏହା ପୁଡୁଚେରୀ ଏବଂ ଏହାର ଆଖପାଖ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବ ଏବଂ ଶୁକ୍ରବାର ମଧ୍ୟରାତ୍ରିରେ ପୁଡୁଚେରୀ ଏବଂ ଶ୍ରୀହରିକୋଟା ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ରହିଛି।

Leave A Reply

Your email address will not be published.