thelifelinemedia
Latest Odisha News, Breaking News Today

ପଦ୍ମପୁରରେ ବିଜେଡିର ବିଜୟ ପଛରେ ରାଜନୈତିକ ଡିଲ୍‌: ଜୟନାରାୟଣ ମିଶ୍ର

ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନ ଫଳାଫଳ ନେଇ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଶନିବାର ବିସ୍ଫୋରକ ବୟାନ ଦେଇଛନ୍ତି। ବିଜେଡିର ବିଜୟ ପଛରେ ରାଜନୈତିକ ଡିଲ୍‌ ହୋଇଥିଲା ବୋଲି ସେ କହିଛନ୍ତି। ବିଜେଡି ପ୍ରଚାରରେ ଯିବା ପୂର୍ବରୁ କଂଗ୍ରେସ ସହିତ ଡିଲ୍‌ କରିଥିଲା। ଭୁବନେଶ୍ବରରେ କଂଗ୍ରେସର ନେତୃତ୍ବ ସହିତ ଏହି ଡିଲ୍‌ ହୋଇଥିଲା। କଂଗ୍ରେସର ‌ଭୋଟ୍‌ ସ୍ଥାନାନ୍ତରିତ ପ୍ରତିଶ୍ରୁତି ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର ପାଇଁ ପଦ୍ମପୁର ଯାଇଥିଲେ। ‌ତେବେ ଜୟନାରାୟଣଙ୍କ ଅଭିଯୋଗ ପରେ ବିଜେଡି କୌଣସି ପ୍ରତିକ୍ରିୟା ଦେଇନାହିଁ। ଏବାଦରେ କଂଗ୍ରେସ ମଧ୍ୟ କିଛି କହି ନାହିଁ।

ଏହା ପୂର୍ବରୁ ବିରୋଧୀ ଦଳ ନେତା ଶ୍ରୀ ମିଶ୍ର କହିଥିଲେ ଯେ, ଅର୍ଥବଳ, ବାହୁବଳ ଓ ସରକାରୀ କଳ ଜରିଆରେ ପଦ୍ମପୁରରେ ବିଜେଡି ନିର୍ବାଚନ ଜିତିଛି। କିନ୍ତୁ ୨୦୨୪ରେ ପଦ୍ମପୁରରେ ପୁଣିଥରେ ବିଜେପି ଜିତିବ। ଆଗାମୀ ଦିନରେ ବିଜେପି ପୂରା ଓଡ଼ିଶାରେ ଭଲ ପ୍ରଦର୍ଶନ କରିବ। ୧୪୭ ବିଧାନସଭା ଆସନ ଉପରେ ବିଜେପି ଫୋକସ କରୁଛି । ୨୦୨୪ ନିର୍ବାଚନରେ ଦୁଇ ତୃତୀୟାଂଶ ଆସନ ସହ ସରକାର ଗଢିବୁ।

Leave A Reply

Your email address will not be published.