thelifelinemedia
Latest Odisha News, Breaking News Today

ଆଜିଠୁ KBCର ନୂତନ ସିଜିନ୍

ମୁମ୍ବାଇ: ସବୁଠୁ ଲୋକ ପ୍ରିୟ ଶୋ କୌନ ବନେଗା କରୋଡପତି(KBC)ର ନୂତନ ସିଜିନ ଆଜିଠୁ ଆରମ୍ଭ ହେବାକୁ ଯାଉଛି। ଗତ ବର୍ଷ ତୂଳନାରେ ଚଳିତ ବର୍ଷ କେବିସିର ପ୍ରାୟୋଜକ ଏବଂ ବିଜ୍ଞାପନ ରେଟିଂରେ ୧୦ରୁ ୧୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ଘଟିଛି। ଏଥିରୁ ଆପଣ ଅନୁମାନ କରିପାରୁଥିବେ ଯେ, ଦିନକୁ କେମିତି କେବିସିର ଲୋକପ୍ରିୟତା ବଢିବାରେ ଲାଗିଛି। ଏହି ସୂଚନା ସୋନି ଏଣ୍ଟରଟେନମେଣ୍ଟ ଟେଲିଭିଜନ ପକ୍ଷରୁ ଦିଆଯାଇଛି।

ଚଳିତ ସିଜିନରେ ହୁଣ୍ଡଇ ମୋଟର ଇଣ୍ଡିଆ ଲିମିଟେଡ୍ କେବିସିର ସହ ପ୍ରାୟୋଜକ ରହିଛି। ଏହା ବାଦ୍ କେବିସିରେ ଏସିଆନ ପେଣ୍ଟ୍ସ ରୋୟାଲ ଗ୍ଲିଟଜ୍‌, ଅଲଟ୍ରାଟେକ୍ ସିମେଣ୍ଟ, ବିଆଇପି ଏବଂ ଗୋବର୍ଦ୍ଧନ ଘି ପରି ବ୍ରାଣ୍ଡ ପ୍ରାୟୋଜକ ଭାବେ ନଜର ଆସିବେ। ବର୍ଷ ବର୍ଷ ଧରି କେବିସି ମଞ୍ଚକୁ ସଞ୍ଚାଳନ କରି ଆସୁଥିବା ଦିଗଜ ଅଭିନେତା ଅମିତାଭ ବଚ୍ଚନ ମଧ୍ୟ ଏଥର ଶୋରେ ନଜର ଆସିବେ। କେବିସି କହିଲେ ଅମିତାଭ ବଚ୍ଚନଙ୍କୁ ବୁଝାଇଥାଏ।

Leave A Reply

Your email address will not be published.