thelifelinemedia
Latest Odisha News, Breaking News Today

୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୦ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର : ରାଜ୍ୟରେ ଉପର ମୁହାଁ କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭୩୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୨୭ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୩୦୩ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୧୩୦ ଜଣ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩୧୮୮୭୫କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ।

ଅନୁଗୁଳ ଜିଲ୍ଲାରୁ ୪ଜଣ, ବାଲେଶ୍ୱର ଜିଲ୍ଲାରୁ ୮ଜଣ, ବରଗଡ଼ ଜିଲ୍ଲାରୁ ୩୭ଜଣ, ଭଦ୍ରକ ଜିଲ୍ଲାରୁ ୩ଜଣ, ବଲାଙ୍ଗୀର ଜିଲ୍ଲାରୁ ୧୭ଜଣ, ବୌଦ୍ଧ ଜିଲ୍ଲାରୁ ୩ଜଣ, କଟକ ଜିଲ୍ଲାରୁ ୧୮ଜଣ, ଦେବଗଡ଼ ଜିଲ୍ଲାରୁ ୬ଜଣ, ଗଜପତି ଜିଲ୍ଲାରୁ ୬ଜଣ, ଗଞ୍ଜାମ ଜିଲ୍ଲାରୁ ୯ଜଣ, ଜଗତସିଂହପୁର ଜିଲ୍ଲାରୁ ୪ଜଣ, ଯାଜପୁର ଜିଲ୍ଲାରୁ ୧୫ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୧୨ଜଣ, କଳାହାଣ୍ଡି ଜିଲ୍ଲାରୁ ୩୪ଜଣ, କନ୍ଧମାଳ ଜିଲ୍ଲାରୁ ୧୬ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୫ଜଣ, କେନ୍ଦୁଝର ଜିଲ୍ଲାରୁ ୮ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୯୬ଜଣ, କୋରାପୁଟ ଜିଲ୍ଲାରୁ ୯ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୫୯ଜଣ, ନବରଙ୍ଗପୁର ଜିଲ୍ଲାରୁ ୨୫ଜଣ, ନୟାଗଡ଼ ଜିଲ୍ଲାରୁ ୧୩ଜଣ, ନୂଆପଡ଼ା ଜିଲ୍ଲାରୁ ୧୫ଜଣ, ପୁରୀ ଜିଲ୍ଲାରୁ ୩ଜଣ, ରାୟଗଡ଼ା ଜିଲ୍ଲାରୁ ୨୮ଜଣ, ସମ୍ବଲପୁର ଜିଲ୍ଲାରୁ ୮୮ଜଣ, ସୋନପୁର ଜିଲ୍ଲାରୁ ୧୨ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୫୭ଜଣ, ଷ୍ଟେଟ ପୁଲ୍‌ରୁ ୨୦ଜଣ ରହିଛନ୍ତି ।

Leave A Reply

Your email address will not be published.