thelifelinemedia
Latest Odisha News, Breaking News Today

ଆଜିଠାରୁ ଆରମ୍ଭ ହେଲା ସମେଟିଭ୍- ୦୧ ପରୀକ୍ଷା ଖାତା ମୂଲ୍ୟାୟନ

କଟକ: ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆୟୋଜିତ ମାଟ୍ରିକ, ମଧ୍ୟମା, ଓପନ ସ୍କୁଲ ସମେଟିଭ୍- ୦୧ ପରୀକ୍ଷା ଖାତା ମୂଲ୍ୟାୟନ ଆଜିଠାରୁ ଆରମ୍ଭ ହୋଇଛି। ଏଥର ରାଜ୍ୟର ୩୦୨୯ କେନ୍ଦ୍ରରେ ୫ ଲକ୍ଷ ୪୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ପରୀକ୍ଷା ଶାନ୍ତିଶୃଙ୍ଖଳାର ସହ ଶେଷ ହେବା ପରେ ରାଜ୍ୟର ୫୬ଟି ପରୀକ୍ଷା କେନ୍ଦ୍ରରେ ୧୨ ହଜାର ୨୫୦ ଶିକ୍ଷକ ଶିକ୍ଷୟତ୍ରୀ ଖାତା ଦେଖାରେ ନିୟୋଜିତ ହୋଇଛନ୍ତି। ୧୦ ଦିନ ମଧ୍ୟରେ ଖାତା ଦେଖା ଶେଷ ହେବ। ପ୍ରତିଦିନ ପୂର୍ବାହ୍ନ ୯ଟାରୁ  ୫ ଟା ପର୍ଯ୍ୟନ୍ତ ଖାତା ଦେଖା ଚାଲିବ।

Leave A Reply

Your email address will not be published.