thelifelinemedia
Latest Odisha News, Breaking News Today

ରାଜ୍ୟର ୭ଟି ସ୍ଥାନର ପାରଦ ୧୦ ଡିଗ୍ରି ତଳକୁ ଖସିଲା

ଭୁବନେଶ୍ବର: ଗତ କିଛି ଦିନ ହେବ ନିର୍ମଳ ଆକାଶ ଓ ଖରାଟିଆ ପାଗ ରାଜ୍ୟରେ ଶୀତ ପାଇଁ ଅନୁକୂଳ ବାତାବରଣ ତିଆରି କରିଛି। ଓଡ଼ିଶାକୁ ଉତ୍ତର ଦିଗରୁ କ୍ରମାଗତ ଭାବେ ପ୍ରବେଶ କରୁଥିବା ଶୁଷ୍କ ଓ ଥଣ୍ଡା ବାୟୁ ପ୍ରଭାବରେ ରାଜ୍ୟରେ ଶୀତର ପ୍ରକୋପ ବଢ଼ିବା ଆରମ୍ଭ ହୋଇଯାଇଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନାନୁଯାୟୀ, ଆଜି ରାଜ୍ୟର ୭ଟି ସ୍ଥାନର ପାରଦ ୧୦ ଡିଗ୍ରି ତଳକୁ ଖସି ଆସିଛି। ଆଜି କନ୍ଧମାଳର ଜି. ଉଦୟଗିରି ସବୁଠାରୁ ଥଣ୍ଡା ସ୍ଥାନ ପାଲଟିଛି। ଏଠାରେ ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରି ରେକର୍ଡ କରାଯାଇଛି।

ଏହାବ୍ୟତୀତ କନ୍ଧମାଳର ଜି. ଉଦୟଗିରିରେ ୬.୦ ଡିଗ୍ରି, ଫୁଲବାଣୀରେ ୬.୬, ଦାରିଙ୍ଗବାଡିରେ ୭.୫,ସୁନ୍ଦରଗଡ଼ର କିରେଇରେ ୮.୨, ଚିପିଲିମାରେ ୯.୨, ଝାରସୁଗୁଡ଼ାରେ ୯.୬, କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ୯.୬ ଡିଗ୍ରି, ଭଦ୍ରକ ଜିଲ୍ଲାର ରାଣୀତାଲରେ ୧୦, ଅନୁଗୁଳରେ ୧୦, କୋରାପୁଟ ଓ ସୁନ୍ଦରଗଡ଼ରେ ୧୦ ଡିଗ୍ରି ରାତିର ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି।

Leave A Reply

Your email address will not be published.