thelifelinemedia
Latest Odisha News, Breaking News Today

ପିଏଲଜିଏ ସପ୍ତାହ ଜାରି; ୩୩ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି: ମାଓ ସଂଗଠନର ପିଏଲଜିଏ ସପ୍ତାହର ଆଜି ୭ମ ଦିନ ହୋଇଥିବା ବେଳଏ ପଡୋଶୀ ଆନ୍ଧ୍ର ପ୍ରଦେଶର ଆଲ୍ଲୁରି ସୀତାରାମ ରାଜୁ ଜିଲ୍ଲା ପୁଲିସ ନିକଟରେ ୩୩ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି।

ଆଜି ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏସପି ସତୀଶ କୁମାର, ସିଆରପିଏଫ କମାଣ୍ଡାଣ୍ଟ ନୋଭାଲ କିଶୋର ଚୌଧୁରୀ ଏବଂ କମାଣ୍ଡାଣ୍ଟ ରାଜେଶ ତିୱାରୀଙ୍କ ନିକଟରେ ଏହି ୩୩ ଜଣ ମାଓବାଦୀ ଆତ୍ମସମର୍ପଣ କରିଥିଲେ। ଏହି ୩୩ ଜଣ ମାଓବାଦୀଙ୍କ ନାମରେ ବହୁ ହିଂସା ସମ୍ବଳିତ କେଶ ରହିଥିବା ପୁଲିସ କହିଛି। ପିଏଲଜିଏ ସପ୍ତାହରେ ଏତେ ଜଣ ମାଓବାଦୀ ଆତ୍ମସମର୍ପଣ କରିଥିବାରୁ ପୁଲିସକୁ ବଡ ସଫଳଥା ମିଳିଥିବା କୁହାଯାଇଛି।

Leave A Reply

Your email address will not be published.