thelifelinemedia
Latest Odisha News, Breaking News Today

ଆର୍‌ଜିଏଚ୍‌ରେ ନବଜାତ ଶିଶୁ ବିକ୍ରି

ରାଉରକେଲା: ରାଉର‌କେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌)ରେ ନବଜାତ ଶିଶୁ ବିକ୍ରି ଅଭିଯୋଗ! ୨୫ ହଜାର ଟଙ୍କାରେ ଜନ୍ମକଲା ମା’ ନିଜ ନବଜାତ ପୁଅକୁ ବିକ୍ରି କରିଦେଇଛନ୍ତି। ତାହା ପୁଣି ଡାକ୍ତରଖାନାର ସମାନ ୱାର୍ଡରେ ମୃତ୍ୟୁବରଣ କରିଥିବା ଅନ୍ୟ ଏକ ନବଜାତ ପୁଅର ମା’କୁ।

ଏହାପରେ କାହାକୁ କିଛି ନ କହି ଉକ୍ତ ଆଦିବାସୀ ମହିଳା ସ୍ବାମୀଙ୍କ ସହ ଝାଡ଼ଖଣ୍ଡର ନିଜ ଗାଁକୁ ଚାଲି ଯାଇଛନ୍ତି। ଗତ ୨ ତାରିଖରେ ଏହିଭଳି ଏକ ଅଭାବନୀୟ ଘଟଣା ଘଟିଥିବା ବେଳେ କେହି ଏହାର ସୁରାକ୍‌ ପାଇ ନଥିଲେ। ତେବେ, ପୁତ୍ରହରା ମା’ଙ୍କ କୋଳରେ ଆଉ ଏକ ଶିଶୁକୁ ଦେଖିବା ପରେ କୁହାକୁହିରେ ଘଟଣା ସାମ୍‌ନାକୁ ଆସିଛି।

Leave A Reply

Your email address will not be published.