thelifelinemedia
Latest Odisha News, Breaking News Today

ଠାକୁର ଅନୁକୂଳ ଚନ୍ଦ୍ରଙ୍କୁ ‘ପରମାତ୍ମା’ ଘୋଷଣା ପାଇଁ ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା

ସମସ୍ତଙ୍କୁ ନିଜର ଭଗବାନ ବାଛିବାକୁ ପୂର୍ଣ୍ଣ ଅଧିକାର ରହିଛି । ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କୁ ‘ପରମାତ୍ମା’ ଘୋଷଣା କରିବା ପାଇଁ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ହୋଇଥିଲା । ସୋମବାର ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରି ଆବେଦନକାରୀଙ୍କୁ ଭର୍ତ୍ସନା କରିଛନ୍ତି । ଏହାସହ ୧୦ହଜାର ଟଙ୍କାର ଜୋରିମାନା ମଧ୍ୟ ଲଗାଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ସମସ୍ତ ଧର୍ମର ଲୋକେ କେବଳ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କୁ ଭଗବାନ ଭାବେ ବିବେଚନା କରି ପୂଜାର୍ଚ୍ଚନା କରନ୍ତୁ ବୋଲି ପିଆଇଏଲରେ ଆବେଦନ କରାଯାଇଥିଲା । ଏହି ପିଆଇଏଲରେ ସରକାରଙ୍କ ସମେତ ସମସ୍ତ ରାଜନୈତିକ ଦଳକୁ ପକ୍ଷଭୁକ୍ତ କରାଯାଇଥିଲା । ଯାହାକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି ।

Leave A Reply

Your email address will not be published.