thelifelinemedia
Latest Odisha News, Breaking News Today

ଅଭିନେତ୍ରୀ ଆଥିଆଙ୍କୁ ବାହା ହେବେ କେ ଏଲ୍ ରାହୁଲ୍, BCCIକୁ ମାଗିଲେ ବିବାହ ଛୁଟି !

ବଲିଉଡ୍ ଅଭିନେତା ସୁନୀଲ୍ ସେଟ୍ଟୀଙ୍କ ଲାଡଲୀ ଆଥିଆ ଶେଟ୍ଟୀ କ୍ରିକେଟର କେ ଏଲ୍ ରାହୁଲଙ୍କ ପ୍ରେମରେ।  ଦୀର୍ଘ ଦିନ ଧରି ଦୁହେଁ ରିଲେସନସିପରେ ଅଛନ୍ତି। ଗତ କିଛି ଦିନ ହେବ ଉଭୟଙ୍କ ବିବାହକୁ ନେଇ ମଧ୍ୟ ହେଉଥିଲା ଚର୍ଚ୍ଚା।  କୁହାଯାଉଥିଲା ରାହୁଲ ଏବଂ ଆଥିଆଙ୍କ ପ୍ୟାରେଣ୍ଟସ୍ ମଧ୍ୟ ଏହି ବିବାହ ବିଷୟରେ କଥାବାର୍ତ୍ତା ବି ହୋଇଛନ୍ତି।  କିନ୍ତୁ ଏବେ ଶୁଣିବାକୁ ମିଳୁଛି ଯେ, ରାହୁଲ ଆସନ୍ତା ମାସ ତଥା ଜାନୁଆରୀ ପ୍ରଥମ ସପ୍ତାହରେ ଆଥିଆଙ୍କୁ ବିବାହ କରିବେ। ଏଥିପାଇଁ ସେ ବିସିସିଆଇରୁ ଛୁଟି ନେଇଛନ୍ତି ଏବଂ ତାଙ୍କ ଛୁଟି ମଧ୍ୟ ଅନୁମୋଦନ କରାଯାଇଛି। ବାଂଲାଦେଶ ଟେଷ୍ଟ ସିରିଜ ପରେ ସେ ନେଇ ପାରନ୍ତି ଛୁଟି।

Leave A Reply

Your email address will not be published.