ଗୁଜରାଟ ଓ ହିମାଚଳ ପ୍ରଦେଶରେ ଝଡିବ ପଦ୍ମ ନା ଉଠିବ ହାତ

କିଏ ଜିତିବ ଗୁଜରାଟ, ହିମାଚଳ ପ୍ରଦେଶରେ କିଏ ଗଢ଼ିବ ସରକାର । ଏପଟେ ପଦ୍ମପୁର ଉପନିର୍ବାଚନରେ କାହାର ପଲା ଭାରି । ଏହା ଉପରେ ରହିଛି ନେତାଠୁଁ ଜନତାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର ନଜର । କୁହାଯାଉଛି, ଏହି ନିର୍ବାଚନ ଦେଶର ରାଜନୈତିକ ଭବିଷ୍ୟତ । ରାଜ୍ୟର ରାଜନୈତିକ ମୁଡ୍ ଦର୍ଶାଇବ ପଦ୍ମପୁର । ଏହାରି ଭିତରେ ଇଭିଏମରେ ସିଲ୍ ହୋଇଛି ଜନମତ । ଆଉ ମତଦାନ ଶେଷ ହେବା ପରେ ଆରମ୍ଭ ହୋଇଛି ଆକଳନ । ସାମନାକୁ ଆସୁଛି ଏକଜିଟ ପୋଲ୍ ବା ବୁଥ ବାହୁଡ଼ା ମତ । ଅର୍ଥାତ ଭୋଟ ଦେଇ ଆସିବା ପରେ ଭୋଟରଙ୍କ ମତ କ’ଣ ରହିଛି । ଯଦିଓ ଏକଜିଟ୍ ପୋଲ୍ ଓ ଏକଜାଟ୍ ପୋଲ୍ ମଧ୍ୟରେ ବଡ଼ ଫରକ ରହିଛି । ତଥାପି ଏକ୍ଜିଟ୍ ପୋଲ୍ ଉପରେ ସମସ୍ତଙ୍କ କୌତୁହଳ ଅଟକି ରହିଛି । ଗୋଟିଏ ପରେ ଗୋଟିଏ ଜାତୀୟ ଗଣମାଧ୍ୟମରେ ଏକଜିଟ୍ ପୋଲର ରିପୋର୍ଟ ଆସିବାରେ ଲାଗିିଛି ।