thelifelinemedia
Latest Odisha News, Breaking News Today

ମହଙ୍ଗା ପଡ଼ିଲା ସ୍ତ୍ରୀକୁ ହତ୍ୟା; ଆଜୀବନ କାରାଦଣ୍ଡ ରାୟ ଦେଲେ କୋର୍ଟ

ଭଦ୍ରକ ୨୨/୧୧: ଏକ ହତ୍ୟା ମାମଲାରେ ଭଦ୍ରକ ଜିଲ୍ଲା ଦୌରା ଜଜ୍‌ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଘୋଷଣା କରିଛନ୍ତି। ଅଭିଯୁକ୍ତଙ୍କ ପରିଚୟ  ମଧୂସୁଦନ ବେହେରା (୪୫)। ସେ ବାସୁଦେବପୁର ଥାନା ଅନ୍ତର୍ଗତ ବିଷ୍ଣୁବିନ୍ଧା ଗାଁର ବାସିନ୍ଦା। ଅଦାଲତ ତାଙ୍କୁ ପିଙ୍ଗଳ କୋଡ୍‌ର ଦଫା ୩୦୨ରେ ଆଜୀବନ କାରାଦଣ୍ଡ ଓ ୫ ହଜାର ଟଙ୍କା ଜୋରିମାନା ଓ ଅନାଦେୟ ହେଲେ ଅଧିକ ୩ ମାସ ସଶ୍ରମ କାରାଦଣ୍ଡ, ୪୯୮(କ)ରେ ୩ ବର୍ଷ କାରାଦଣ୍ଡ ଓ ୩ ହଜାର ଟଙ୍କା ଓ ଅନାଦେୟ ରେ ଅଧିକ ୩ ମାସ କାରଦଣ୍ଡ ଭୋଗିବାକୁ  ପଡ଼ିବ ବୋଲି କୁହାଯାଇଛି। ଆଇନ ଅନୁସାରେ ସର୍ବୋଚ୍ଚ ଦଣ୍ଡ ଆଜୀବନ ଜେଲ ହୋଇଥିବାରୁ ଅଭିଯୁକ୍ତ ଆଜୀବନ କାରାଦଣ୍ଡ ଭୋଗିବେ।

ଖବର ଅନୁସାରେ, ମଧୂସୁଦନ ସିମୁଳିଆ ଥାନା ଅନ୍ତର୍ଗତ ଘଇଁସିବାଟି ଗାଁର ପଞ୍ଚାନନ ଲେଙ୍କାଙ୍କ କନ୍ୟା ଖୁଲାଣାକୁ ବିବାହ କରିଥିଲେ। ପରେ ତାଙ୍କର ୨ଟି ପିଲା ହୋଇଥିଲେ। ମଧୁସୂଦନ ତାଙ୍କ ସ୍ତ୍ରୀଙ୍କୁ ଅଧିକ ଯୌତୁକ ଦାବି କରିବା ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ହୋଇଥିଲା। ୨୦୧୬ ଫେବୃଆରି ୧୨ ରାତିରେ ସ୍ତ୍ରୀ ନିଜ ଘରେ ଶୋଇଥିବା ବେଳେ ସ୍ବାମୀ ମଧୂସୁଦନ ଖୁଲଣାଙ୍କୁ ଧାରୁଆ ମାରଣାସ୍ତ୍ରରେ  ଆକ୍ରମଣ କରି ହତ୍ୟା କରିଥିଲେ। ଏନେଇ ଖୁଲଣାଙ୍କ ଭାଇ ମନ୍ମଥ ଫେବୃଆରୀ ୧୩ରେ ବାସୁଦେବପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ।

Leave A Reply

Your email address will not be published.