thelifelinemedia
Latest Odisha News, Breaking News Today

ଅର୍ଚ୍ଚନାଙ୍କୁ ଝଟ୍‌କା, ଜାମିନ ଆବେଦନ ଖାରଜ କଲେ କୋର୍ଟ

ଅର୍ଚ୍ଚନାଙ୍କୁ ଝଟ୍‌କା । ଜାମିନ ଆବେଦନ ଖାରଜ କଲେ କୋର୍ଟ । ଭୁବନେଶ୍ୱର ନୟାପଲ୍ଲୀ ଥାନା ମାମଲାରେ ଜାମିନ ଆବେଦନ ଖାରଜ ହୋଇଛି । ଜାମିନ ଆବେଦନ ଖାରଜ କଲେ ଖୋର୍ଦ୍ଧା ଜିଲ୍ଲା ଓ ଦୌରାଜଜ୍ କୋର୍ଟ ।

ଖବର ଅନୁଯାୟୀ, ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ମାମଲାକୁ ଖୋର୍ଦ୍ଧା ଜିଲ୍ଲା ଓ ଦୌରାଜଜ କୋର୍ଟଙ୍କୁ ସ୍ଥାନାନ୍ତର କରାଯାଇଥିଲା । ଗତ ୨୮ ତାରିଖରେ ଜିଲ୍ଲା ଓ ଦୌରା ଜଜ୍ କୋର୍ଟରେ ହୋଇଥିଲା ଉଭୟ ପକ୍ଷରୁ ଶୁଣାଣି । ଶେଷରେ ବୁଧବାର ଅର୍ଚ୍ଚନାଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି କୋର୍ଟ ।

ସୂଚନାଯୋଗ୍ୟ ଯେ, ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗର କଳାସାମ୍ରାଜ୍ୟରେ ବ୍ୟବହୃତ କଳା ଟଙ୍କାର ଖିଅ ଖୋଜୁଛି ଇଡି । ଏହିକ୍ରମରେ ଏବେ ନାଗ ଦମ୍ପତ୍ତିଙ୍କୁ ରିମାଣ୍ଡରେ ନେଇପାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏନେଇ ଇଡି ପକ୍ଷରୁ କୋର୍ଟରେ ୧୦ ଦିନିଆ ରିମାଣ୍ଡ ଆବେଦନ ହୋଇପାରେ ।

Leave A Reply

Your email address will not be published.