thelifelinemedia
Latest Odisha News, Breaking News Today

ଶ୍ରଦ୍ଧା ମର୍ଡର କେସ୍: ଆଉ ୪ ଦିନ ବଢିଲା ଅଫତାବର ପୋଲିସ କଷ୍ଟଡି

ନୂଆଦିଲ୍ଲୀ ୨୨।୧୧: ଶ୍ରଦ୍ଧା ୱାଲ୍କର ହତ୍ୟା ମାମଲାରେ ଅଫତାବ ପୁନାୱାଲାକୁ ମଙ୍ଗଳବାର ସାକେତ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ଅଫତାବର ପୋଲିସ କଷ୍ଟଡିକୁ ଆଉ ୪ ଦିନ ବଢାଇ ଦେଇଛନ୍ତି। ତାର କଷ୍ଟଡି ନଭେମ୍ବର ୨୨ ତାରିଖରେ ଶେଷ ହେଉଥିଲା। ଏହା ପୂର୍ବରୁ କୋର୍ଟରେ ଅଫତାବର ପଲିଗ୍ରାଫି ପରୀକ୍ଷଣ ନିମନ୍ତେ ନିବେଦନ କରାଯାଇଥିଲା। ଏହି ପରୀକ୍ଷଣ ପରେ ତାର ନାର୍କୋ ଟେଷ୍ଟ କରାଯିବ।

ଅଭିଯୁକ୍ତ ଅଫତାବ ପୁନାୱାଲା ନିଜ ପରିଜନଙ୍କୁ ଭେଟିପାରିବ। ଏଥିଲାଗି ମଧ୍ୟ ସାକେତ କୋର୍ଟ ମଙ୍ଗଳବାର ଅନୁମତି ଦେଇଛନ୍ତି। ଏଥିଲାଗି ଅଫତାବର ଓକିଲ କୋର୍ଟଙ୍କ ଶରଣାପନ୍ନ ହୋଇଥିଲେ। ଏଥିରେ ଅଫତାବକୁ ତା ପରିଜନଙ୍କୁ ଭେଟିବା ଲାଗି ଅନୁମତି ଦେବା ନିମନ୍ତେ ନିବେଦନ କରାଯାଇଥିଲା। ଯାଞ୍ଚ ଅଧିକାରୀଙ୍କ ଅଧିକାର କ୍ଷେତ୍ରରେ ଅଫତାବ ତା ପରିବାର ଲୋକଙ୍କୁ ଭେଟିପାରିବ ବୋଲି ଓକିଲ କହିଛନ୍ତି।

Leave A Reply

Your email address will not be published.