thelifelinemedia
Latest Odisha News, Breaking News Today

NYKAAରେ ଅସ୍ଥିରତା

ବ୍ୟୁଟି ଷ୍ଟାର୍ଟଅପ୍ କମ୍ପାନୀ ନାୟକାରେ ବର୍ତ୍ତମାନ ଅସ୍ଥିରତା ଦେଖିବାକୁ ମିଳିଛି। ଯେଉଁଠାରେ ଗୋଟିଏ ପଟେ ଦିଗ୍ଗଜ ନିବେଶକମାନେ କମ୍ପାନୀଙ୍କୁ ଛାଡ଼ୁଥିବାବେଳେ ଏବେ କମ୍ପାନୀର ମ୍ୟାନେଜମେଣ୍ଟ ସ୍ତରର ଜଣେ ବଡ଼ ଅଧିକାରୀ କମ୍ପାନୀ ଛାଡ଼ିଛନ୍ତି। ପ୍ରକୃତରେ ନାୟକାର ମୁଖ୍ୟ ଆର୍ଥିକ ଅଧିକାରୀ (ସିଏଫଓ) ପଦରୁ ଇସ୍ତଫା ଦେଇଛନ୍ତି ଅରବିନ୍ଦ ଅଗ୍ରଓ୍ବାଲ । ସେ ଏହି ପଦରେ ୨୫ ନଭେମ୍ବର ପର୍ଯ୍ୟନ୍ତ ରହିବେ।

ଏହାକୁ ନେଇ ସେ କହିଛନ୍ତି ଯେ ‘ନାୟକାରେ ଏପର୍ଯ୍ୟନ୍ତ ଯାତ୍ରା ଅବିଶ୍ବସନୀୟ, କମ୍ପାନୀ ସହ ରହି ବହୁତ ଭଲ ଲାଗିଲା। ଏହା ମତେ ଡିଜିଟାଲ ଅର୍ଥବ୍ୟବସ୍ଥା ଏବଂ ଷ୍ଟାର୍ଟଅପ୍‌ରେ ଆଗକୁ ବଢ଼ିବାରେ ସୁଯୋଗ ଦେଇଥିଲା ଏବଂ ଅନେକ ଅବସର ମଧ୍ୟ ଦେଇଥିଲା। ଏହା ସହ ନାୟକାକୁ ଆଗକୁ ବଢ଼ିବା ପାଇଁ ସେ ଶୁଭକାମନା ଜଣାଇଛନ୍ତି।’

ସୂଚନାଯୋଗ୍ୟ, ଚଳିତ ସପ୍ତାହ ଆରମ୍ଭରେ ନାୟକା ଶେୟାର ପାଇଁ ସ୍ଥିତି ଅନୁକୂଳ ନଥିଲା। ଆଜି କମ୍ପାନୀର ଶେୟାର ୪.୬୬ % ହ୍ରାସ ସହ ୧୭୪.୯୫ ଟଙ୍କାରେ ବନ୍ଦ ହୋଇଥିଲା। ଏହା ପୂର୍ବରୁ ସୋମବାର ମଧ୍ୟ କମ୍ପାନୀର ଶେୟାର ୪% ରୁ ଅଧିକରେ ବନ୍ଦ ହୋଇଥିଲା। ୧୦ ନଭେମ୍ବରରେ କମ୍ପାନୀର ଲକ୍ ଇନ ପିରିୟଡ ସରିଥିଲା। ଏହାପରଠାରୁ ଲଗାତାର ବଡ଼ ନିବେଶକ କମ୍ପାନୀ ଛାଡ଼ିଛନ୍ତି।

Leave A Reply

Your email address will not be published.