thelifelinemedia
Latest Odisha News, Breaking News Today

ଥାନା ଆଇଆଇସି ବଟି ମାଗିବା ଘଟଣା, କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା କମିଶନ୍‌ରେଟ୍‌ ପୋଲିସ୍‌

କଟକ, ୨୧/୧୧: କ୍ୟାଣ୍ଟନମେଣ୍ଟ ଥାନା ଆଇଆଇସି ବଟି ମାଗିବା ଘଟଣାରେ ଆକ୍ସନ୍‌ ମୋଡ୍‌ରେ ପୋଲିସ୍‌ । ଥାନା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି କମିଶନରେଟ ପୋଲିସ । ଆଇଆଇସି ଦାୟିତ୍ବରୁ ଦୀନକୃଷ୍ଣ ମିଶ୍ରଙ୍କୁ ଅବ୍ୟାହତି ।

ଥାନାରୁ ହଟାଇ ଡିସିପି ଅଫିସ ଦାୟିତ୍ବରେ ଦିନ କୃଷ୍ଣ ମିଶ୍ରଙ୍କୁ ରଖାଯାଇଛି । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ ବୋଲି ଜଣା ପଡ଼ିଛି । ସୂଚନା ଥାଉକି ବାଲିଯାତ୍ରାରେ ହେଉଥିବା ପାର୍କିଂ ପାଇଁ ଏହି ଅଧିକାରୀ ଜଣକ ଲାଞ୍ଚ ନେଉଥିବା ଭିଡିଓ ଭାଇରାଲ୍‌ ହୋଥିଲା । ଯାହାକୁ ନେଇ କମିଶନ୍‌ରେଟ୍‌ ପୋଲିସ୍‌ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

Leave A Reply

Your email address will not be published.