ଶ୍ରୀମନ୍ଦିର ଗର୍ଭଗୃହ ଫଟୋ ଭାଇରାଲ ଘଟଣା : ପୁରୀ ପୋଲିସର ଆକ୍ସନ

ପୁରୀ ୨୧।୧୧ : ସୋସିଆଲ ମିଡ଼ିଆରେ ଶ୍ରୀମନ୍ଦିର ଗର୍ଭଗୃହ ଫଟୋ ଓ ଭିଡ଼ିଓ ଭାଇରାଲ ଘଟଣାରେ ଆକ୍ସନ ମୋଡକୁ ଆସିଛି ପୁରୀ ପୋଲିସ । ଫଟୋ ଭାଇରାଲ କରିଥିବା ଅଭିଯୁକ୍ତ ଆକାଶ ଚୌଧୁରୀ ନାଁରେ ପୁରୀ ସିଂହଦ୍ଵାର ଥାନାରେ ମାମଲା ରୁଜୁ ପରେ ତଦନ୍ତକୁ ଜୋରଦାର କରାଯାଇଛି।
ତେବେ ଅଭିଯୁକ୍ତ ଆକାଶ ଚୌଧୁରୀ ବାଂଲାଦେଶର ବୋଲି କୁହାଯାଉଛି । ଆକାଶ ବିଷୟରେ ସବିଶେଷ ତଥ୍ୟ ପାଇଁ ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାସପୋର୍ଟ କାର୍ଯ୍ୟାଳୟକୁ ତଥ୍ୟ ମାଗିଛି ପୋଲିସ । ଅଭିଯୁକ୍ତ ଜଣେ ୟୁଟ୍ଯୁବର ।
ଅଭିଯୁକ୍ତ ଆକାଶ ଶ୍ରୀମନ୍ଦିର ଭିତରକୁ କିଭଳି ମୋବାଇଲ ନେଇ ଫଟୋ ଏବଂ ଭିଡ଼ିଓ ଉତ୍ତୋଳନ କରି ସୋସିଆଲ ମିଡ଼ିଆରେ ଭାଇରାଲ କଲେ ସେନେଇ ଶ୍ରୀମନ୍ଦିର ସିସିଟିଭିକୁ ଯାଞ୍ଚ କରାଯାଇଛି। କୌଣସି ଅଧିକାରୀ କିମ୍ବା ବ୍ୟକ୍ତି ବିଶେଷ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ଅଣଦେଖା କରିଥିବେ ସେନେଇ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସ୍ ପି କହିଛନ୍ତି।