thelifelinemedia
Latest Odisha News, Breaking News Today

କୋରେଇ ଟ୍ରେନ୍‌ ଦୁର୍ଘଟଣାରେ ଦୋଷୀଙ୍କ ଉପରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ

ଯାଜପୁର କୋରେଇ ଟ୍ରେନ୍‌ ଦୁର୍ଘଟଣାରେ ଦୋଷୀଙ୍କ ଉପରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ । ରାତି ୧୦ ସୁଦ୍ଧା ସ୍ଵାଭାବିକ ହୋଇପାରେ ରେଳ ଚଳାଚଳ । ୱାଗନ ଡୋର ହିଁ ଦୁର୍ଘଟଣାର କାରଣ ହୋଇଥାଇ ପରେ ବୋଲି ସୂଚନା ଦେଇଛନ୍ତି ପୁର୍ବ ତଟ ରେଳପଥର ଜେନେରାଲ୍‌ ମ୍ୟାନେଜର ଆର ଏମ ସୁନଙ୍କର ।

ଅନ୍ୟପଟେ ଘଟଣାସ୍ଥଳ ବୁଲି ଦେଖିଛନ୍ତି ପୂର୍ବତନ ରେଲୱେ ଜିଏମଙ୍କ ସହ ରେଲ୍ୱେ ସେଫ୍ଟି କମିଶନର। ଖୁବଶୀଘ୍ର ରେଳଚଳାଚଳ ସ୍ବାଭାବିକ ହେବ ବୋଲି କହିଛନ୍ତି ଜିଏମ । ତେବେ ତଦନ୍ତ ରିପୋର୍ଟ ଆସିଲେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି।

ଗୋଟିଏ ଡବାର କବାଟ ଯୋଗୁ ଦୁର୍ଘଟଣାକୁ ଆଂଶିକ ସ୍ୱୀକାର କରିଛନ୍ତି ଜିଏମ। ଏହା ଏକ କାରଣ ହୋଇଥାଇପାରେ । କିନ୍ତୁ ରିପୋର୍ଟ ଆସିଲେ ସ୍ପଷ୍ଟ ହେବ । ଅନ୍ୟପଟେ ରେଲୱେ ସେଫ୍ଟି କମିଶନର ମଧ୍ୟ ନିଜ ଆଡୁ ତଦନ୍ତ ଆରମ୍ଭ କରିଛନ୍ତି । ଗ୍ରାଉଣ୍ଡରେ ବୁଲି ସେ ସ୍ଥିତି ଅନୁଧ୍ୟାନ କରିଛନ୍ତି ।

Leave A Reply

Your email address will not be published.